ବିଶିଷ୍ଟ ସାହିତ୍ୟିକ, ଉପାନ୍ତ ପ୍ରହରୀ  ପୂର୍ଣ୍ଣଚନ୍ଦ୍ର ମହାପାତ୍ର ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ

ପାରଳାଖେମୁଣ୍ଡି,୨୧/୧୦/୨୦୨୫ (ଓଡ଼ିଶା ସମାଚାର/ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ସୁନାମଧନ୍ୟ ବ୍ୟକ୍ତିତ୍ବ ଓଡିଶାର ବିଶିଷ୍ଟ ସମବାୟବିତ, ସାହିତ୍ୟିକ, ଗାଵଷେକ, ସମାଜସେବୀ, ଐତିହାସିକ ତଥା ସାରସ୍ୱତ ସଂଗଠକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ କଟକ ସାରଳା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଓଡିଶାର ଓଡ଼ିଶାର ରାଜ୍ୟପାଳ ଡ଼ଃ ହରିବାବୁ କମ୍ବମପାଟିଙ୍କ ଦ୍ୱାରା କଟକ ସାରଳା ଭବନରେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଛି ।

ଉକ୍ତ ସାରସ୍ୱତ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ପ୍ରଭାକର ସ୍ୱାଇଁ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସହଦେଵ ସାହୁ, ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରଫେସର ଖାରବେଳ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ ।  ଉତ୍ସବରେ ଉପସ୍ଥିତ ପ୍ରଫେସର ବିଜୟାନନ୍ଦ ସିଂ, ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ, ଶିକ୍ଷାବିତ ତ୍ରିପତି ପ୍ରସାଦ ପଣ୍ଡା ପ୍ରମୁଖ ସାହିତ୍ୟିକ ଓ ସମାଜସେବୀମାନେ ଶ୍ରୀ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *