ନୟାଗଡ଼,୨୧/୧୦/୨୦୨୫ (ଓଡ଼ିଶା ସମାଚାର)-ନୟାଗଡ଼ ପୌର ପରିଷଦର ୫ ନମ୍ବର ୱାର୍ଡ ସ୍ଥିତ ସାଗର ପୁଷ୍କରିଣୀ ତଟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା କାଳୀଙ୍କ ଶ୍ୟାମା କାଳୀ ଙ୍କ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ତା ୨୦.୧୦.୨୫ ରିଖ ବିଳମ୍ବିତ ରାତ୍ରୀରେ ସାଗର ପୁଷ୍କରିଣୀ ଜଳରେ କଳସ ସ୍ଥାପନ ପରେ ଏଠାରେ ପୂଜା ଆରମ୍ଭ ହେବ ପରେ ଆଜି ପ୍ରଥମ ଦିବସରେ ଅନୁଗୁଲାରୁ ଆସିଥିବା ମହିଳା ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇ ଥିଲା ।
ତେବେ ଆଜି ତା ୨୧.୧୦.୨୫ ରେ ସକାଳୁ ମା କାଳୀଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଏହି ପୂଜା ମଣ୍ଡପ ଠାରେ ଭିଡ଼ ଆରମ୍ଭ ହୋଇଥିଲା। ମା କାଳୀଙ୍କ ଏହି ଆଦି ପୀଠରେ ପ୍ରତିବର୍ଷ ତୋରଣ ଓ ଆଲୋକ ସଜ୍ଜା ମଧ୍ୟ ବେଶ୍ ଆକର୍ଷଣୀୟ ହୋଇ ଥାଏ। ଏତଦ୍ ବ୍ୟତୀତ ଆସନ୍ତା କାଲି ଏଠାରେ ନାଟକ ବାଟରେ ବୁଲୁଛି ବ୍ରହ୍ମ ଚଣ୍ଡାଳ ଅନୁଷ୍ଠିତ ହେବ ସହ ମାଗଣା ଅନ୍ନ ପ୍ରସାଦ ବଣ୍ଟନ କରାଯିବ। ୩ ୟ ଦିବସରେ ସନ୍ଧ୍ୟାରେ ମା ଙ୍କ ପଣା ବଣ୍ଟନ ସହ ଚରୁ ପ୍ରସାଦ ବଣ୍ଟନ କରାଯିବ । ଅନ୍ତିମ ଦିବସ ୨୪ ତାରିଖ ଦିନ ଅପରାହ୍ନ ରେ ମା ଙ୍କର ଭସାଣି କରାଯିବ । ପୂଜା କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇ ସମସ୍ତ କ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରା ଯାଇଛି।
