ଚିର ନିଦ୍ରାରେ ନଟବର, ବିରୂପା କୂଳରେ ଅନ୍ତିମ ସତ୍କାର 

ମାହାଙ୍ଗା ୨୦/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ଥାନା କୁହୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ ଗୁରୀଆ ମହାଜନ ସାହିର ନଟବର ବିହାରୀଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପ୍ରାଣ ବ୍ୟକ୍ତି ଥିଲେ । ଏକ ଗରୀବ ପରିବାରରେ ଜନ୍ମନେଇଥିଲେ ମଧ୍ୟ, ଶାନ୍ତ ସରଳ ଜୀବନ ଯାପନ କରୁଥିଲେ । ସ୍ଥାନୀୟ ଅଂଚଳରେ ପାଗଳୀ ଭାଇ ନାଁରେ ସେ ପରିଚିତ ଥିଲେ । ଜଣେ କୁଶଳୀ କାରିଗର ଭାବେ ସେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିଲେ ।

 ଗତ କିଛିବର୍ଷ ହେବ ନଟବର ଅସୁସ୍ଥ ହୋଇପଡ଼ିଥିଲେ । ହୃଦଘାତ ଯୋଗୁଁ ଆଜି ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ, ତାଙ୍କୁ ମାହାଙ୍ଗା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଗାଁ’ର ସଂକୀର୍ତ୍ତନ ମଣ୍ଡଳୀ ଏବଂ ଆତ୍ମୀୟ ସ୍ୱଜନ ମାନେ ଏକ ଶୋଭାଯାତ୍ରାରେ ପାଗଳୀ ଭାଇଙ୍କୁ ବିରୂପା ନଦୀ କୂଳରେ ଥିବା ଶ୍ମାଶନକୁ ନେଇଥିଲେ ।  ସେଠାରେ ନଟବରଙ୍କ ମର ଦେହକୁ ସତ୍କାର କରାଯାଇଥିଲା ।

 ପଞ୍ଚଭୂତରେ ଏହି ପରୋପକାରୀ ମଣିଷଙ୍କ ପାର୍ଥିବ ଶରୀର ଲୀନ ହୋଇଯାଇଥିଲା ।  ଏକମାତ୍ର ପୁତ୍ର ଅଭିନ୍ନ ବିହାରୀ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ବିହାରୀଙ୍କ ବିୟୋଗରେ ସମାଜସେବୀ ଅଖିଳେଶ ମହାନ୍ତି, ସଂଗଠକ ନିରଞ୍ଜନ ମୁଦୁଲି, ରାମଚନ୍ଦ୍ର ମହାପାତ୍ର,ଅଲେଖ ଚନ୍ଦ୍ର ଦାସ, କିଶୋର ଚନ୍ଦ୍ର ଦାଶ, ପରମାନନ୍ଦ ମହାନ୍ତି, ରବୀନ୍ଦ୍ର ପୃଷ୍ଟି, ହେମନ୍ତ ପ୍ରଧାନ,ସୁବାସ ବେହେରା, ଗୟାଧର ସାହୁ, ନୃସିହ ଚରଣ ସାହୁ,ପ୍ରଶାନ୍ତ ସାହୁ, ନିରଞ୍ଜନ ସାହୁ, ଅନନ୍ତ କିଶୋର ସାହୁ, ପ୍ରିୟ ରଞ୍ଜନ ଦାସ,ସୂର୍ଯ୍ୟମଣି ଧଳ, ଗୌରୀଶଙ୍କର ମହାପାତ୍ର, ବାସବ ବେହେରା, ରତିକାନ୍ତ ପୃଷ୍ଟି, ଜଗନ୍ନାଥ ନାୟକ,ଗୋବିନ୍ଦ ସାହୁ,ଖଗେଶ୍ୱର ସାହୁ ପ୍ରମୁଖ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହିତ  ଗଭୀର ଶୋକବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *