ଭୁବନେଶ୍ୱର, ୧୮/୦୪/୨୦୨୪ (ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତିଙ୍କ ପିତା କିଶୋର ଚନ୍ଦ୍ର ମହାନ୍ତି ଆଜି ପ୍ରତୁ୍ୟଷରେ ହୃଦ୍ ଘାତରେ କ୍ୟାପିଟାଲ ହସ୍ପିଟାଲରେ ପରଲୋକ ହୋଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ମହାନ୍ତି ଜଣେ ବନ୍ଧୁବତ୍ସଳ, ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ଗୋଟିଏ ପୁତ୍ର ବିନ୍ଦୁସାଗର ମହାନ୍ତି, ବୋହୁ ତପସ୍ୱିନୀ ମହାନ୍ତି, ନାତି ରିଷଭ ମହାନ୍ତି, ଦୁଇ ଜ୍ୱାଇଁ ପ୍ରଦୁ୍ୟମ୍ନ କୁମାର ମହାନ୍ତି ଓ ଆଶିଷ ରଞ୍ଜନ ମହାନ୍ତି, ଦୁଇଝିଅ କଳ୍ପନା ମହାନ୍ତି ଓ ସ୍ନେହମୟୀ ମହାନ୍ତି ଏବଂ ବିଧବା ପତ୍ନୀ ଲିଲି ମହାନ୍ତି ଅଛନ୍ତି । ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ତାଙ୍କ ନିଜଗ୍ରାମ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା ଗ୍ରାମକୁ ନିଆଯାଇ ବାଜା, ମୃଦଙ୍ଗ, ଝାଞ୍ଜ ବଜାଯାଇ ସେଠାରେ ଅନ୍ତିମ ସତ୍କାର କରାଯାଇଥିଲା । ପୁତ୍ର ବିନ୍ଦୁ ସାଗର ମହାନ୍ତି ମୁଖାଗ୍ନି ଦେଇଥିଲେ ।
ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ଦୀପକ ମହାନ୍ତି, ଫକୀର ଚରଣ ନାୟକ, ରଞ୍ଜନ ମହାନ୍ତି, ବୀରେନ କୁମାର ମହାନ୍ତି, ପ୍ରସନ୍ନ କୁମାର ଦାସ, ବିରଂଚି ନାରାୟଣ ମହାନ୍ତି, ରାମଚରଣ ଦାସ ଓ ଜୟନ୍ତ କୁମାର ଦାସ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି ।
ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ
