ନାର୍ଭେରାମ୍ କମ୍ପାନୀ ଦ୍ଵାରା ଉତ୍କଳ ଦିବସ ପାଳନ

ବଡ଼ବିଲ,୦୧/୦୪/୨୦୨୪ (ଓଡ଼ିଶା ସମାଚାର)- ନାର୍ଭେରାମ ପାୱାର ଏବଂ ଷ୍ଟିଲ ପ୍ଲାଣ୍ଟ ବଡବିଲ ଦ୍ୱାରା ଉତ୍କଳ ଦିବସ ପାଳନ ବହୁ ଆଡମ୍ବର ସହ ପାଳନ କରାଯାଇଛି । ଓଡ଼ିଶା କୁ ସ୍ୱତନ୍ତ୍ର ପ୍ରଦେଶ ର ମାନ୍ୟତା ଦେବା ପାଇଁ ଯେଉଁ ମହାପୁରୁଷ ମାନଙ୍କ ପ୍ରମୁଖ ଭୂମିକା ଥିଲା ସେମାନଙ୍କ ଫଟୋଚିତ୍ରରେ ଖଣି ପ୍ରବନ୍ଧକ ପ୍ରଶାନ୍ତ ମହାନ୍ତି , ମାନବସମ୍ବଳ ବିଭାଗ ମୁଖ୍ୟ ପିୟୁସ୍ ପାଣ୍ଡେ,  ବିଦ୍ୟୁତ୍ ବିଭାଗ ମୁଖ୍ୟ ସରୋଜ ଦେଓ,  ସୁରକ୍ଷା ବିଭାଗ ମୁଖ୍ୟ ଘନଶ୍ୟାମ ବେରା ଏବଂ ଅନ୍ୟ କ ଅଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।  ଏହି କାର୍ଯ୍ୟକ୍ରମରେ ସମସ୍ତ  କର୍ମଚାରୀ ଏବଂ ସ୍ଥାନୀୟ ସ୍କୁଲ ପିଲା ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।  ଏହି ଦିନ ଭାଷା ଆଧାରରେ ଭାରତରେ ପ୍ରଥମ ସ୍ଵାଧୀନ ରାଜ୍ୟ ଗଠନ କରାଯାଇଥିଲା।  ଓଡିଶା ପୂର୍ବରୁ ବଙ୍ଗଲା ପ୍ରଦେଶର ଏକ ଅଂଶ ଥିଲା ଏବଂ ତିନି ଦଶନ୍ଧି ଧରି ଅକ୍ଲାନ୍ତ ଉଦ୍ୟମ ପରେ ଏହି ଅଞ୍ଚଳକୁ ଏକ  ସ୍ଵାଧୀନ ରାଜ୍ୟ ଭାବରେ ଘୋଷଣା କରାଯାଇଥିଲା ବୋଲି ଶ୍ରୀ ମହାନ୍ତି ତାଙ୍କ ବକ୍ତୃତା ରେ ଉଲ୍ଲେଖ କରିଥିଲେ ।  ଏହି ଦିନ ଆମେ ସମସ୍ତେ ରାଜ୍ୟ ତଥା ଏହାର ଅଧିବାସୀ ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧ ଜୀବନ ପାଇଁ ପ୍ରାର୍ଥନା କରୁଛନ୍ତି।  ସେହି ଆନ୍ଦୋଳନର ସମସ୍ତ ଉଲ୍ଲେଖନୀୟ ନେତାଙ୍କୁ ସ୍ମରଣ କରିବା ,ବିଶେଷ ଭାବରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି, ଗୋପାବନ୍ଧୁ ଦାସ, ଫକିର ମୋହନ ସେନାପତି, ପଣ୍ଡିତ ନୀଲକଣ୍ଠ ଦାସ ଏବଂ ଆହୁରି ଅନେକ ଯେଉଁ ମାନଙ୍କ ସଂଗ୍ରାମ ଆମକୁ ଏକ ସ୍ବତନ୍ତ୍ର ପରିଚୟ ଦେଉଛି ତାଙ୍କୁ ଆମେ  ଅନୁଭବ କରିବା ଜରୁରୀ ।   ଆମର ସଂସ୍କୃତି, କଳା, ଖାଦ୍ୟ ଏବଂ ଭାଇଚାରାକୁ ଆମକୁ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ଓ ତାକୁ ସବୁଦିନ ପାଇଁ ଉଜ୍ଜୀବିତ ରଖିବାକୁ ଉଦ୍ୟମ କରିବା ଉଚିତ ବୋଲି ପ୍ରଶାନ୍ତ ମହାନ୍ତି କହିଥିଲେ ।

Leave a Reply

Your email address will not be published. Required fields are marked *