ଖଲ୍ଲିକୋଟ ୨୦/୧୦/୨୦୨୫ (ଓଡ଼ିଶା ସମାଚାର)- ଗତକାଲି ରାତି ଗୋଟାଏ ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ପଂଚାୟତ ର କିଇଠଡା ଗ୍ରାମ ରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।
ପିଣ୍ଟୁ ପଲାଇ ନମାଜ ଜଣେ ୨୩ ବର୍ଷ ର ଯୁବକ ତାଙ୍କ ଘର ର ସିଡ଼ି ଘର ରେ ବାଣ ଭିଡୁଥିବା ବେଳେ ହଠାତ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପ୍ରଭାବ ରେ ଯୁବଜ
ଜଣକ ର ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଛିଣ୍ଡି ଯାଇଥିବା ବେଳେ ଛାତ ର ୨୦ ଫୁଟ ଦୁରକୁ ଛିଟିକି ପଡିଥିଲା । ବିସ୍ଫୋରଣ ର ପ୍ରଭାବ ଏତେ ତୀବ୍ର ଥିଲା ଯେ ଘର ଭିତର ର କବାଟ ଓ ଫ୍ରିଜ ର ଡୋର ଛିଣ୍ଡି ଅଲଗା ହୋଇ ଯାଇଥିଲା ।
ଖବର ପାଇଁ ଭେଜିଫୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଘଟଣା ସ୍ଥଳ ରେ ପହଂଚି ରକ୍ତ ଜୁଡୁବୁଡୁ ଅବସ୍ଥା ରେ ପଡ଼ିଥିବା କ୍ଷତାକ୍ତ ଶରୀର କୁ ଥାନା ଗାଡି ରେ ଆଣି ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲା । ଗତ ବର୍ଷ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର ବାଦଲ ଗୌଡ଼ ନାମକ ଜଣେ ଦଶମ ଶ୍ରେଣୀ ଛାତ୍ର ଙ୍କ ବାଣ ବିସ୍ଫୋରଣ ରେ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଛାତ୍ର ଆହତ ହୋଇଥିଲେ । ସମସ୍ତେ ଦୀପାବଳୀ ପାଳନ ପାଇଁ ବ୍ୟସ୍ତ ଥିବା ବେଳେ ଏଭଳି ଛାତି ଥରା ଘଟଣା ପରିବାର ରେ ଦୁଃଖ ର ଛାୟା ସମସ୍ତ ଙ୍କୁ ମର୍ମାହତ କରିଛି । ପ୍ରତିବର୍ଷ ବାଣ ତିଆରି ପାଇଁ କେଉଁ ଠାରୁ ଏତେ ବିସ୍ଫୋରକ ଆସୁଛି ସେ ନେଇ ପଦକ୍ଷେପ ନେଇ ଏହାର ଉତ୍ସ ବାହାର କରି ଆବଶ୍ୟଜ ଚଢ଼ାଉ ପାଇଁ ଦାବି ହେଉଛି ।
