କେନ୍ଦ୍ରାପଡ଼ା,୧୯/୧୦/୨୦୨୫(ଓଡ଼ିଶା ସମାଚାର)- ସି.ଆଇ.ଟି.ୟୁ.ର ଦ୍ୱିତୀୟ ସମନ୍ୱୟ ସମିତି ସମ୍ମିଳନୀ ଖଡିଅଙ୍ଗସ୍ଥିତ ଜିଲା କାର୍ଯ୍ୟାଳୟରେ ସାଥୀ ଜଗତଜୀବନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଜିଲା ପ୍ରତିନିଧି ଏଥିରେ ଯୋଗଦେଇଥିଲେ । ଅତିତରେ ସିଟୁ ପକ୍ଷରୁ ନିର୍ମାଣ ଶ୍ରମିକ ଓ ବଦ୍ୟାଳୟ ପାଚିକା, ଅଣସଂଗଠିତ ତଥା ଗ୍ରାମୀଣ ଶ୍ରମିକ ଓ ବିଶେଷ କରି ଦାଦନ ଶ୍ରମିକ ମାନଙ୍କ ଉନ୍ନତି ପାଇଁ ଯେଉଁସବୁ କାର୍ଯ୍ୟ କରାଯାଇଥିଲା ସେ ସମ୍ପର୍କରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହିତ ହୋଇଥିଲା ।
ଆଗାମୀ ଦିନରେ ପାଚିକା ମାନଙ୍କୁ ଦୈନିକ ସର୍ବନିମ୍ନ ମଜୁରୀ ସମେତ ମାସିକ ୨୬ହଜାର ଟଙ୍କା ପ୍ରଦାନ କରାଯିବା, ନିର୍ମାଣ ଶ୍ରମିକମାନଙ୍କ ମୃତୁ୍ୟକାଳୀନ ସହାୟତା ୫ଲକ୍ଷ ଟଙ୍କା, କନ୍ୟା ବିବାହ ସହାୟତା ଏକଲକ୍ଷ ଟଙ୍କାକରିବା ପାଇଁ ସମ୍ମିଳନୀରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ୪ଟି ଶ୍ରମକୋର୍ଡ ବାତିଲ,୮ଘଂଟା ଶ୍ରମ ବଦଳରେ ମୋହନ
ସରକାରଙ୍କ ୧୦ଘଂଟା ଶ୍ରମ ଆଇନ ଓ ରାତ୍ରୀକାଳୀନ କାର୍ଯ୍ୟରେ ମହିଳା ଶ୍ରମିକଙ୍କୁ କାର୍ଯ୍ୟ କରାଇବା ଆଦେଶକୁ ସମ୍ମିଳନୀରେ ଦୃଢ ବିରୋଧ କରାଯାଇଥିଲା । କେନ୍ଦ୍ରାପଡା ରାସ୍ତା ଦେଇ ଯାଉଥିବା ଖଣିଜ ପଦାର୍ଥ ଉପରେ ଜିଲାର ବିକାଶ ପାଇଁ ଏକ ପର୍ସେଂଟ ସେସ ଧାର୍ଯ୍ୟ, ନୂତନ ଶିଳ୍ପାନୁଷ୍ଠାନ ନିର୍ମାଣ, ମେଡିକାଲ କଲେଜ ସ୍ଥାପନ, କେନ୍ଦ୍ରାପଡାରୁ ପୁରୀକୁ ପ୍ରତ୍ୟହ ଯାତ୍ରୀବାହୀ ରେଳ ଚଳାଚଳ ପ୍ରଭୃତି ବିଷୟ ସ୍ଥାନ ପାଇଛି ।
ସମ୍ମିଳନୀକୁ ଅଭିବାଦନ ଜଣାଇ ଆଇଏନଟିୟୁସି ଜିଲା ସଭାପତି ମୁକ୍ତାର ଖାଁ ଓ ଅନ୍ୟତମ ନେତା ପ୍ରକାଶ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଜଗତଜୀବନ ଦାଶ ସଂଯୋଜକ ଥାଇ ଏକ ୨୧ଜଣିଆ ଜିଲା ସମନ୍ୱୟ ସମିତି ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହି କମିଟିରେ ମାଧବ ଦାସ, ବିନୟ ମଳିକ, ରବିନ୍ଦ୍ର ମହାକୁଳ, ଅଶୋକ ନାଥ, ନିର୍ମଳା ସିଂହ, ସତ୍ୟଭାମା ସାହୁ, ସ୍ନେହଲତା ଗାହାଣ, ମାନଭଞ୍ଜନ ଷଡଙ୍ଗୀ, ନିରାକାର ସାହୁ, କାମିନୀ, ସରସ୍ୱତୀ, ଅକ୍ଷୟ ତରାଇ, ସୁଷମା ପଣ୍ଡା, ଗୋପବନ୍ଧୁ ବେହେରା, କିଶୋର ସାହୁ, ପରମେଶ୍ୱର ସୁତାର, ଧୀବର ବେହେରା, ନୃସିଂହ ତରାଇ, ମଥୁରୀ ମଳିକ ପ୍ରମୁଖଙ୍କୁ ଚୟନ କରାଯାଇଛି ।
