ଜାନୁଆରୀ ୧୭ ଓ ୨୨ରେ କେନ୍ଦ୍ରାପଡ଼ା ଜିଲାରେ ସମସ୍ତ ମଦ ଦୋକାନ ବନ୍ଦ୍ ରହିବ

କେନ୍ଦ୍ରାପଡ଼ା, ୧୬/୦୧/୨୦୨୪ (ଓଡ଼ିଶା ସମାଚାର)- ଜାନୁଆରୀ ୧୭ ତାରିଖ ଓ ୨୨ ତାରିଖରେ କେନ୍ଦ୍ରାପଡ଼ା ଜିଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି ଓ ଦେଶୀ ମଦ ଦୋକାନ ଗୁଡିକ ବନ୍ଦ ରଖିବାକୁ ଜିଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଧେଶ ଦେଇଛନ୍ତି । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ପାଇଁ ଜାନୁଆରୀ ୧୭ ତାରିଖରେ ବନ୍ଦ ରହୁଥିବା ବେଳେ ଅଯୋଦ୍ଧା ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରୀ ୨୨ତାରିଖରେ ମଦ ଦୋକାନ ଗୁଡିକ ବନ୍ଦ ରହିବ । ବିଭିନ୍ନ ସ୍ଥାନରେ ଭିଡ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି ସୌହାର୍ଦ୍ଧ୍ୟ ବଜାୟ ରଖିବା ପାଇଁ ଓଡିଶା ଅବକାରୀ ଆଇନ-୨୦୦୮ର ସେକ୍ସନ ୨୬(୧) ଆଧାରରେ ମଦ ଦୋକାନ ଗୁଡିକ ବନ୍ଦ ରଖିବାକୁ ଜିଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ଅଧିକ୍ଷକ ଜଣାଇଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଏହାକୁ ଜିଲାବାସୀ ପାଳନ କରିବାକୁ ଜିଲାପାଳ ମଧ୍ୟ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *