ହୁଲିପୁର ଠାରେ ଵୃଦ୍ଧା ନିରାଶ୍ରୟା ବିଧବା ମହିଳାଙ୍କ ଘରପୋଡି ଭସ୍ମିଭୁତ, ସାହାଯ୍ୟ ଦାବି 

କଟକ ସଦର,୨୭/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ଥ ହୁଲିପୁର ଗିରିଧାରୀ ମଠ ନିକଟସ୍ଥ ବ୍ରାହ୍ମଣ ସାହିରେ ରହୁଥିବା ବିଧବା ନିରାଶ୍ରୟା ବୃଦ୍ଧା ମହିଳା ସକି ଭୋଇ ଙ୍କର ଦୁଇ ବଖରା ଚାଳଘର ଆଜି ସୋମବାର ଦିନ ପୋଡି ଭସ୍ମିଭୁତ ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ତୁରନ୍ତ ବିପନ୍ନ ବୃଦ୍ଧାଙ୍କୁ ସରକାରୀ ଓ ବେସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *