ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସ

ଆତ୍ମୀୟତାଭରା କ୍ୟାମ୍ପସ୍ ଉପରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ନିମାପଡ଼ା,୨୮/୦୭/୨୦୨୫(ଓଡ଼ିଶା ସମାଚାର)- ଦୃଢ଼ ଇଛାଶକ୍ତି, କଠିନ ପରିଶ୍ରମୀ, ଆତ୍ମବିଶ୍ୱାସ ଏବଂ ଧୈର୍ଯ୍ୟ ବଳରେ ଜଣେ ଛାତ୍ର ଜୀବନରେ ସଫଳତା ପାଇବା ସହଜ । ସ୍ୱପ୍ନ ଦେଖିବା ଏବଂ ସ୍ୱପ୍ନ ଦେଖିଲେ ଭଲ ଚିନ୍ତା ଆସିବ ଯାହାଦ୍ୱାରା ସେହି ଦିଗରେ ଆଗେଇବା ନିମନ୍ତେ ଉତ୍ସାହ ବୃଦ୍ଧି ପାଇବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମତବ୍ୟକ୍ତ କରି ଆଜିର ଛାତ୍ରମାନଙ୍କୁ ଆସନ୍ତା କାଲିର ବାର୍ତାବହ ଭାବେ ବର୍ଣ୍ଣନା କରିଥିଲେ ।

 ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବ ଯୋଗ ଦେଇ ନିମାପଡ଼ା କଲେଜ ପରିବେଶକୁ ଅଧିକ ସରସ, ସୁନ୍ଦର କରିବା ପାଇଁ ଅଧ୍ୟାପକ, ଅଧ୍ୟାପିକାଙ୍କ ସହଯୋଗ କାମନା କରିଥିଲେ । ସେ ଏହି କଲେଜରେ ପଢ଼ୁଥିବା ବେଳେ ବାଳିକା ଛାତ୍ରୀ ନିବାସରେ ୯୮ ଜଣ ଅନ୍ତେବାସୀ ରହୁଥିଲେ ଏବଂ ଆଜି ୨୮ ଜଣ ଛାତ୍ରୀ ରହୁଥିବା ଶୁଣି ମର୍ମାହତ ବୋଲି କହିଥିଲେ । ବାଳିକା ହଷ୍ଟେଲ ପାଇଁ ୬ କୋଟି ୭୭ ଲକ୍ଷ ମଂଯୁର କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର କରି ଖୁବ୍ ଶୀଘ୍ର କାର୍ଯ୍ୟାରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା । ଏହି ମହାବିଦ୍ୟାଳୟରେ ୨୫୦ ବାଳିକା ଛାତ୍ରୀ ରହିବା ନିମନ୍ତେ ନୂତନ ହଷ୍ଟେଲ ନିର୍ମାଣ ହେବ ବୋଲି ଶ୍ରୀମତି ପରିଡ଼ା ଘୋଷଣା କରି ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ, ଅଧ୍ୟାପିକାଙ୍କ ବ୍ୟବହାର ମାର୍ଜିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *