ବିଧାୟକ ଙ୍କ ବିରୁଦ୍ଧରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ମହଙ୍ଗା ପଡିଲା, ବିଜେପି କର୍ମୀ ଜେଲ୍ ଗଲେ 

କଟକ ସଦର,୧୬/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ମଣିଜଙ୍ଗ ପଞ୍ଚାୟତ ଓଡଖଣ୍ଡ ଗ୍ରାମର ଜନୈକ ବିଜେପି କର୍ମୀ ଵାପୁଜି ମହାନ୍ତି ଙ୍କ ପୁଅ ରାକେଶ ମହାନ୍ତି କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ବିରୁଦ୍ଧରେ ସୋସିଆଲ ମିଡ଼ିଆରେ କୁତ୍ସାରଟନା କରିବା ସହିତ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା।

ଏଥିପାଇଁ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଅଭିଯୁକ୍ତ ରାକେଶ ଙ୍କୁ ଆଜି (ବୁଧବାର ଦିନ) ମାମଲା ନଂ ୮୫/୨୦୨୫ ଦଫା ୨୯୬,୩୫୧,୨,୩/୩୫୬/୧୯୨/୩୫ ଵିଏନଏସ୍/୬୬ ସିଡି-ଆଇଟି/୩୧,ଆରଏସ୍,୩୨ଭିଏସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲେ । କୋର୍ଟରେ ରାକେଶ ଙ୍କ ଜାମିନ ଆବେଦ ଖାରଜ ହୋଇଯିବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *