କଟକ ସଦର,୧୮/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟରେ ସାଇବର ଅପରାଧକୁ ପ୍ରତିହତ କରିବାପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଆଜି ଶନିବାର ଦିନ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୫ ଉଦଘାଟିତ ହୋଇଛି। ଏହାକୁ ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିବା ବେଳେ ଏହାର ସିଧା ପ୍ରସାରଣ କିଶନନଗର ଥାନା ପକ୍ଷରୁ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି କରାଇଥିଲେ।
ଏଥିରେ ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ ପବ୍ଲିକ ସ୍କୁଲ ର ନିର୍ଦେଶକ ବିବେକାନନ୍ଦ ଭୁୟାଁ ଓ ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ଧୁରୀ ଙ୍କ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ସିଧା ପ୍ରସାରଣ ଦେଖିବା ସହିତ ସଚେତନ ହୋଇ ସବୁ ଆଡ଼େ ସଚେତନତା ବାର୍ତ୍ତା ବାଣ୍ଟିବାକୁ ସଂକଳ୍ପ ନେଇଥିଲେ। କୌଣସି ଵ୍ୟକ୍ତି କୌଣସି ଠାରେ ସାଇବର ଅପରାଧର ଶୀକାର ହେଲେ ସରକାର ଙ୍କ ପକ୍ଷରୁ ଜାରି ହୋଇଥିବା ୧୯୩୦ ହେଲ୍ପଲାଇନ ନମ୍ୱର ରେ ଜଣାଇବାକୁ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ସୂଚନା ପ୍ରଦାନ କରିଥିଲେ।
