ଜଗତସିଂହପୁର,୨୮/୦୭/୨୦୨୬(ଓଡ଼ିଶା ସମାଚାର)-ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଦେଶକ୍ରମେ ସ୍ୱରାଷ୍ଟ୍ର (ନିର୍ବାଚନ) ବିଭାଗର ଅନୁ ସଚିବ ଶ୍ରୀ ନିରଞ୍ଜନ ପାଢ଼ୀ ଆଜି ଜଗତସିଂହପୁର ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଦାବି ଓ ଆପତ୍ତି ଶୁଣାଣୀ ପ୍ରକ୍ରିୟାର ବିସ୍ତୃତ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କରିଛନ୍ତି।
ଶ୍ରୀ ପାଢ଼ୀ ଇଆରଓ (ERO) ଏବଂ ଏଆରଓ (AERO) ମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ SIR-୨୦୨୬ ଅନ୍ତର୍ଗତ ନୋଟିସ୍ ପ୍ରଦାନ, ଶୁଣାଣି ଓ ନିଷ୍କାସନର ସ୍ଥିତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।
ସମୀକ୍ଷା ବୈଠକ ପରେ ଜଗତସିଂହପୁର, ତିର୍ତ୍ତୋଲ ଏବଂ କୁଜଙ୍ଗ ବ୍ଲକ୍ ଗସ୍ତ କରି କ୍ଷେତ୍ରସ୍ତରୀୟ କାର୍ଯ୍ୟସୂଚୀ ଯାଞ୍ଚ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
