ଯାଜପୁର ଜିଲ୍ଲାରେ କାଳୀ ପୂଜା ନିମନ୍ତେ ସ୍ଵତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା।

ଯାଜପୁର,୧୭/୧୦/୨୦୨୫ (ଓଡ଼ିଶା ସମାଚାର)-ଆସନ୍ତା କାଳୀ ପୂଜା ଉପଲକ୍ଷେ ଯାଜପୁର ଟାଉନ ରେ ଜନ ସମାଗମକୁ ଲକ୍ଷ୍ୟ କରି ସମସ୍ତ ଜନ ସାଧାରଣଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପୋଲିସ ବିଭାଗ ତଥା ଟାଉନ ଥାନା ଡି.ଏସ.ପି ଙ୍କ ସୂଚନା ଅନୁଯାୟୀ ତା ୧୯.୧୦.୨୦୨୫ ରିଖ ଠାରୁ ତା ୨୮.୧୦.୨୦୨୫ ରିଖ  ଅପରାହ୍ନ ୪ ଘଟିକା ଠାରୁ ରାତ୍ର ୧ ଘଟିକା ପର୍ଯ୍ୟନ୍ତ କଟକ ସହର ଆଡୁ ଆସୁଥିବା ସମସ୍ତ ଚାରି ଚକିଆ ଯାନ/ବସ ଓ ଭାରି ଯାନ ମାନସା ପୋଲ ଦେଇ କିଆନାଳି ଛକରୁ ସିଧା ରିଙ୍ଗ ରୋଡ ରେ ଯାଇ ବଲ୍ଲଭୀ ଘାଟ, ସୁନ୍ଦରୀମୁହଁ ଦେଇ ମଙ୍ଗଳପୁର ଯିବେ । ସେହିପରି ମଙ୍ଗଳପୁର ଆଡୁ ଆସୁଥିବା ଗାଡି ଗୁଡିକ ଏହି ରୁଟ ରେ କଟକ ଯିବେ ।

କଟକ ସହର ଆଡୁ ଆସୁଥିବା ସମସ୍ତ ଚାରି ଚକିଆ ଯାନ /ବସ ଓ ଭାରି ଯାନ ମାନସା ପୋଲ ଦେଇ ବୈଦ୍ୟରାଜପୁର ପୋଲ ଛକ ରୁ କେନାଲ ରାସ୍ତା ଅଠରନଳା ରେ ବାହାରି ବିଞ୍ଝାରପୁର ଯିବେ । ସେହିପରି ବିଞ୍ଝାରପୁର ଆଡୁ ଆସୁଥିବା ଗାଡି ଗୁଡିକ ଏହି ରୁଟ ରେ କଟକ ଯିବେ ।

ଗାନ୍ଧୀ ଛକ ଠାରୁ ସମସ୍ତ ୪ ଚକିଆ, ୨ ଚକିଆ ଯାନ ଦିନ ୪ ଟା ଠାରୁ ଥାନା, ହାବେଲି ବଜାର ପଟକୁ ଯିବେ ନାହିଁ। କେବଳ ଚାଲିବା ଲୋକଙ୍କୁ ଯିବା ପାଇଁ ଅନୁମତି ଦିଆଯିବ ।

ଯୋଡିକୂଅ ଛକରୁ ସମସ୍ତ ୪ ଚକିଆ ଯାନ, ୨ ଚକିଆ ଯାନ ଦିନ ୪ ଟା ଠାରୁ ଗରିଆପୁର ଆଡକୁ ଛଡା ଯିବ ନାହିଁ । ସେହିପରି ଗରିଆପୁର ଛକରୁ ସମସ୍ତ ୪ ଚକିଆ ଯାନ, ୨ ଚକିଆ ଯାନ ଦିନ ୪ ଟା ଠାରୁ ଯୋଡିକୂଅ ଓ ବଡବଜାର ଆଡକୁ ଛଡା ଯିବ ନାହିଁ । ବଲ୍ଲଭୀଘାଟ ଛକରୁ ସମସ୍ତ ୪ ଚକିଆ ଯାନ, ୨ ଚକିଆ ଯାନ ଦିନ ୪ ଟା ଠାରୁ ଗରିଆପୁର ଆଡକୁ ଛଡା ଯିବ ନାହିଁ । ମହିଳା କଲେଜ ଛକରୁ ସମସ୍ତ ୪ ଚକିଆ ଯାନ ୨ ଚକିଆ ଯାନ, ଦିନ ୪ ଟା ଠାରୁ ଗରିଆପୁର ଆଡକୁ ଛଡାଯିବ ନାହିଁ। ରେଡକ୍ରସ ଛକରୁ ସମସ୍ତ ୪ ଚକିଆ ଯାନ ୨ ଚକିଆ ଯାନ ଦିନ ୪ ଟା ଠାରୁ ମେଡିକାଲ ଛକ ଆଡକୁ ଛଡା ଯିବ ନାହିଁ । (ଏହା କେବଳ ଭିଡ ହୋଇଥିବା ସମୟ ରେ ପ୍ରଯୁଜ୍ୟ)। ଗରିଆପୁର ୟୁ.ଜି.ଏମ୍. ସ୍କୁଲ ଛକରୁ ସମସ୍ତ ୪ ଚକିଆ ଯାନ ୨ ଚକିଆ ଯାନ ଦିନ ୪ ଟା ଠାରୁ ଗରିଆପୁର ଆଡକୁ ଛଡା ଯିବ ନାହିଁ । କାଳୀମେଘା ଛକରୁ ସମସ୍ତ ୪ ଚକିଆ ଯାନ ୨ ଚକିଆ ଯାନ ଦିନ ୪ ଟା ଠାରୁ ଗରିଆପୁର ଆଡକୁ ଛଡା ଯିବ ନାହିଁ ।

କୁଆଁସରପୁର ଛକରୁ ଆବଶ୍ୟକ ସ୍ଥଳେ ସମସ୍ତ ଯାନ ବାହନ ଭାଗବତପୁର, ମହାବିର ଛକ ଦେଇ ରେଡ କ୍ରସ ଛକ ରେ ବାହାରିବେ ।

ଅମ୍ବିକାଇ ଛକ ରୁ ସମସ୍ତ ଯାନବାହନ ଗରିଆପୁର ଆଡକୁ ଦିବା ୪ ଘଟିକା ଠାରୁ ଛଡା ଯିବ ନାହିଁ ।

ବଲ୍ଲଭିଘାଟ ଛକରୁ ସମସ୍ତ ୪ ଚକିଆ ଯାନ, ୨ ଚକିଆ ଯାନ, ଦିନ ୪ ଟା ଠାରୁ ବଡବଜାର ଆଡକୁ ଛଡା ଯିବ ନାହିଁ ।

ଥାନା ଗଡା, ପୁରୁଣା ଦମକଳ ଗଡା, ମାର୍କେଟ ଗଡା,ହରପାର୍ବତୀ ଗଡା, ବନସ୍ପତି ଭଣ୍ଡାର ଗଡା, ଜଗନ୍ନାଥ ମନ୍ଦିର (ବଡବଜାର) ଗଡା, କୌଣସି ଯାନବାହାନ ଦିବା ୪ ଘଟିକା

 ଠାରୁ ବଜାର ଭିତରକୁ ଛଡା ଯିବ ନାହିଁ ।

ନାରାୟଣ ଛକରୁ କୌଣସି ଯାନବାହାନ ଗାରିଆପୁର ଏବଂ ବଡ ବଜାର ରାସ୍ତାରେ ଦିବା ୪ ଘଟିକା  ଠାରୁ ଛଡାଯିବା ନାହିଁ ।

 ପାର୍କିଂ ନିମନ୍ତେ ନିୟମାବଳୀ

କାଳୀପୂଜା ଉପଲକ୍ଷେ ବିଞ୍ଝାରପୁର ରୁ ଆସୁଥିବା ଯାନବାହନ ଗୁଡିକ କୁସୁମା ରେ ପାର୍କିଂ ର ବ୍ୟବସ୍ତା କରାଯାଇଛି ।

କାଳୀପୂଜା ଉପଲକ୍ଷେ ଷଠିପୁର ଓ ବରୁଆଁ ପଟରୁ ଆସୁଥିବା ଯାନବାହନ ଗୁଡିକ ମେଡିକାଲ କଲେଜ ପାଖ ନୂଆ ପୌରପାଳିକା ମାର୍କେଟ କମ୍‌ପ୍ଲେକ୍ସ ଠାରେ ପାକିଂ ର ବ୍ୟବସ୍ତା କରାଯାଇଛି ।

କାଳୀପୂଜା ଉପଲକ୍ଷେ ମଙ୍ଗଳପୁର ଓ ଭଦ୍ରକ ପଟରୁ ଆସୁଥିବା ଯାନବାହନ ଗୁଡିକ ବୁଦ୍ଧପାର୍କ ପାଖରେ ପାର୍କିଂ ର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *