ବାବା ବାଲି କପିଳେଶ୍ୱରଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ।

 ନିଆଳୀ ୩୦/୦୪/୨୦୨୫ (ଓଡ଼ିଶା ସମାଚାର)- କଣ୍ଟାପଡ଼ାସ୍ଥିତ ଡିମିରି ଗ୍ରାମରେ ଥିବା ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବାବା ବାଲି କପିଳେଶ୍ୱରଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଚଳିତ ମେଷ ବୈଶାଖ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ୨୭ତାରିଖ ରବିବାର ଠାରୁ ଆରମ୍ଭ ହେଇ ୩୦ତାରିଖ ବୁଧୁବାର ପର୍ଯ୍ୟନ୍ତ ତ୍ରିଦିବସୀୟ ଧରି ଚାଲୁ ରହିବ।

ସୋମବାର ପୂଜା କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀଙ୍କର ସହଯୋଗରେ ମନ୍ଦିର ପ୍ରାଙ୍ଗଣରୁ ଏକ କଳସ ଶୋଭାଯାତ୍ରାରେ ବାହାରି ନୋଦା, ଅରିଶୋଲ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ଥିବା କନ୍ଦଳ ନଦୀରେ ପହଞ୍ଚି ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ଶେଷ କରି ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହୁଳହୁଳି ପକାଇ ଡିମିରି ଗ୍ରାମ ପରିକ୍ରମା କରିବାର ଦେଖିବାକୁ ମିଳିଥିଲା।ବେଦମୂର୍ତ୍ତୀ ପଣ୍ଡିତ ଭବାନୀ ପ୍ରସାଦ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ପୂଜାର୍ଚନା ସମ୍ପାଦିତ ହୋଇଥିଲା ।

ଏଥିରେ ସୁଚିତ ରଞ୍ଜନ ମହାନ୍ତି (କର୍ତ୍ତା), ମଞ୍ଜୁ ଲତା ମହାନ୍ତି (କର୍ତ୍ତୀ ), ହରିଶ ଚନ୍ଦ୍ର ଦାସ, ସନାତନ ବାରିକ, ଶ୍ରୀନିବାସ ଦାସ, ସୁନନ୍ଦା କୁମାର ଜେନା, ସୁଭାଷ ଚନ୍ଦ୍ର ବାରାଳ, ମନୋରଞ୍ଜନ ମହାନ୍ତି, କହରୀ ମହାନ୍ତି, ସୁଶାନ୍ତ ବରାଳଙ୍କ ସମେତ ୫୦ରୁ ଉର୍ଦ୍ଧ କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳିଥିଲା। ବାବା ବାଲି କପିଳେଶ୍ୱରଙ୍କର ବୁଧବାର ପୂର୍ଣ୍ଣାହୁତି ସାଙ୍ଗକୁ ପ୍ରସାଦ ସେବନର ମଧ୍ୟ ଅୟୋଜନ ରହିଛି।

Leave a Reply

Your email address will not be published. Required fields are marked *