ଜୁନାଗଡ଼ ଠାରେ ବାବା ସାହେବ ଆମ୍ବେଦକର ଙ୍କ ର୧୩୩ତମ ଜନ୍ମ ଜୟନ୍ତୀ ପାଳିତ

ଜୁନାଗଡ଼, ୧୮/୦୪/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଆମ୍ବେଦକର ଷ୍ଟେଚୁ ସମ୍ମୁଖରେ ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫରୁ ବାବା ସାହେବ ଆମ୍ବେଦକର ଙ୍କର୧୩୩ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶତାଧିକ ଆମ୍ବେଦକର ପ୍ରେମୀମାନେ ସ୍ଥାନୀୟ ହିଂଜିଲିବାହଲି ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ନୂଆ ବସ ଷ୍ଟାଣ୍ଡ ସ୍ଥିତ ବାବା ସାହେବ ଆମ୍ବେଦକର ଷ୍ଟେଚୁ ଠାରେ ପହଞ୍ଚି ଥିଲେ । ଏବ୍ଂ ବାବା ସାହେବ ଙ୍କ ପ୍ରତିମୂତ୍ତିର୍ରେ ମାଲ୍ୟାର୍ପଣ କରିଥିଲେ ଓ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ରେ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ରେ ମହମ ବତୀ ପ୍ରଜ୍ଵଳନ କରି ବା ସହ କେକ୍ କାଟି ବାବା ସାହେବ ଙ୍କ ସ୍ମୃତି ଚରଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ବହୁଜନ ସଂଗ୍ରାମ ସମିତି ର ସଭାପତି ରଞ୍ଜନ ଜାଲ, ନରେନ୍ଦ୍ର କ୍ଷିତି, ପୁର୍ନେନ୍ଦୁ ମାଝୀ, ସୁଶାନ୍ତ ନାଏକ, ଲଲିତ ବାଗ, ରବି ଶଙ୍କର ସୁନାନୀ,ବିଶ୍ୱନାଥ କର, ବିକ୍ରାନ୍ତ କୁମାର, ରତନ ଧାଙ୍ଗଡାମାଝି, ଶିବ ମହାନନ୍ଦ ରିଷି କ୍ଷିତି , ଅଞ୍ଜନ୍ କ୍ଷିତି ଏବଂ ବହୁ ଆମ୍ବେଦକର ବାଦି ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *