ଭବାନୀପାଟଣା,୧୬/୧୦/୨୦୨୫ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାକକ୍ଷରେ କଳାହାଣ୍ଡି ଗଠନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି।
ଏହି ବୈଠକରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସାଂସ୍କୃତିକ କମିଟି ସଦସ୍ୟ ଜୟନ୍ତ ବେହେରା, ଅଜୟ ମିଶ୍ର, ସତ୍ୟନାରାୟଣ ମହାପାତ୍ର, ଡ ସୁନୀତି ମୁଣ୍ଡ, ଭବାନୀ ନିଆଲ, ଉମେଶ ପଣ୍ଡା ପ୍ରମୁଖଙ୍କ ସମେତ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତି ଓ ପ୍ରେସ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାପାଳ ଜଣାଇଲେ ଯେ, ଗଠନ ଦିବସ ଉପଲକ୍ଷେ ମଶାଲ ଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁସ୍ତକ ମେଳା ଆୟୋଜନ ହେବ। ଏହି ଉତ୍ସବ ତିନି ଦିନ ଧରି ପାଳନ କରାଯିବ । ସେହି ଅନୁଯାଇ ଦାୟିତ୍ଵ ବଣ୍ଟନ କରାଗଲା। ଶୃଙ୍ଖଳିତ ଭାବେ କିଭଳି ସମ୍ପର୍ଣ୍ଣ ହେବ ସେଥିପ୍ରତି ଗୁରୁତ୍ଵ ଦିଆଯାଇଛି ।
