ଡ଼କାୟତି ଯୋଜନା କରୁଥିବାବେଳେ ଜଣେ ଡ଼କାୟତ ଗିରଫ, ଅନ୍ୟ ଜଣେ ଖସିଗଲା , ୨ ଟି ସୁନା ଚେନ୍ ଓ ଗୋଟିଏ ଦେଶି ବନ୍ଧୁକ ଜବତ

ଜଗତସିଂହପୁର/କୃଷ୍ଣାନନ୍ଦପୁର,୧୪/୧୦/୨୦୨୫(ଓଡ଼ିଶା ସମାଚାର)- କୃଷ୍ଣାନନ୍ଦପୁର ସାଇଫନ୍ ଛକ ନିକଟରେ ଡ଼କାୟତି ଯୋଜନା କରୁଥିବାବେଳେ କୃଷ୍ଣାନନ୍ଦପୁର ଥାନା ପୋଲିସ ଅତର୍କିତ ଭାବେ ଚଢ଼ାଉ କରି ଜଣେ ଡ଼କାୟତକୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଛି । ଗିରଫ ଅଭିଯୁକ୍ତ ଜଣକ କେନ୍ଦ୍ରାପଡ଼ା ଜିଲା ମୁଗବାଡ଼ି ଗାଁ ର ସେକ୍ ମୁସ୍ତକିମ୍ ଓରଫ ବାବୁ ।

ଜବତ ୨ ଟି ସୁନା ଚେନ୍ ଓ ଗୋଟିଏ ଦେଶି ବନ୍ଧୁକ

ତା ନିକଟରୁ ୨ ଟି ସୁନା ଚେନ୍ ଓ ଗୋଟିଏ ଦେଶି ବନ୍ଧୁକ ଜବତ ହୋଇଛି । ତା ନାମରେ କଟକ,କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲାର ବିଭିନ୍ନ ଥାନାରେ ଚୋରୀ, ଡ଼କାୟତି, ବ୍ରାଉନ୍ ସୁଗାର ଚାଲାଣ, ଗୋ ଚାଲାଣ ଆଦି ୧୭ ରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଗତ ଅକ୍ଟୋବର ୯ ତାରିଖରେ ପୋଲିସ ମୋଷ୍ଟ ୱାନ୍ଟେଡ଼ ଚିଙ୍କୁ ତରାଇ ସମେତ ୪ ଜଣ ଡ଼କାୟତଙ୍କୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *