ମିଡିଆକିଆ ପଂଚାୟତରେ ଖୁଦ୍ରଦାନା ଶସ୍ୟର ଖାଦ୍ୟ ମେଳା

ବାଲିଗୁଡା ୧୪/୧୦/୨୦୨୫(ଓଡ଼ିଶା ସମାଚାର)- – କନ୍ଧମାଳ ଜିଲ୍ଲା ଅଧୀନ ବାଲିଗୁଡା ବ୍ଳକ ର  ମିଡିଆକିଆ ଗ୍ରାମ ପଂଚାୟତ ପରିସରରେ ଖୁଦ୍ରଦାନା ଶସ୍ୟର ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ ବାଲିଗୁଡା ବ୍ଳକ କୃଷି ଅଧିକାରୀ ଜଗନ୍ନାଥ ସେନାପତି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରକୃତିଜାତ ମାଣ୍ଡିଆ, ବାଜାରା,ସୁଆଁ, କୋଦୁଅ ପ୍ରଭୃତି ଖିଦ୍ର ଦାନା ଶସ୍ୟରୁ ସୁସ୍ୱାଦୁ ଆରିସାପିଠା, କାକରା ପିଠା, ଜଲିପି,ବିସ୍କୁଟ, ଲଡ଼ୁ, ସୁପ,କ୍ଷୀରି ଇତ୍ୟାଦି ବିଭିନ୍ନ ସ୍ୱୟଂ ସହୟୀକା ଗୋଷ୍ଠି ଦ୍ୱାରା ପ୍ରସ୍ତୁତ କରାଯାଇ ଆଜିର ଖାଦ୍ୟ ମେଳାରେ ସ୍ଥାନ ପାଇଥିଲା ।

ରାଜ୍ୟ ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ଏହାକୁ ସାମିଲ କରାଯାଇଛି । ବାଲିଗୁଡା ବ୍ଳକ ଅଂଚଳ ଭଳି ଆଦିବାସୀ ଅଧ୍ୟୁସିତ ଅଂଚଳରେ ଖିଦ୍ର ଶସ୍ୟ ଦାନା ବହୁଳ ପରିମାଣରେ ଉପଲବ୍ଧ ହେଉଛି । ଏସବୁରୁ ନିତିଦିନିଆ ଖାଦ୍ୟ ପ୍ରସ୍ତୁତ କରି ଏହାକୁ ଖାଦ୍ୟରେ ସାମିଲ କରିବା ସରକାରଙ୍କ ମୂଳଲକ୍ଷ୍ୟ ବୋଲି ଶାନ୍ତିମୈତ୍ରୀ ର ସମ୍ପାଦକ ଭଗବାନ ଜେନା ସୂଚନା ଦେଇଛନ୍ତି ।

ଶାନ୍ତି ମୈତ୍ରୀ ସ୍ଵେଛା ସେଵୀ ଅନୁଷ୍ଠାନ ମାଧ୍ୟମରେ ଅଭିଜ୍ଞ ଟ୍ରେନର ଙ୍କ ଦ୍ୱାରା ଏସବୁ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ବିଭିନ୍ନ ମହିଳା ଗୋଷ୍ଠି ମାନଙ୍କୁ ଶିଖାଇ ଦିଆଯାଇଛି । ଆଗାମୀ ଦିନରେ ଏଥିପାଇଁ ଅନେକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ସରକାରଙ୍କ ତରଫରୁ ଆୟୋଜନ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି । ଆଜିର ଖାଦ୍ୟ ମେଳାରେ ପଞ୍ଚାୟତ ପ୍ରତିନିଧି, ମହିଳା ଗୋଷ୍ଠି ଓ ଜନସାଧାରଣ ମାନେ ସାମିଲ ହୋଇଥିଲେ । କାର୍ୟ୍ୟକ୍ରମର ଦାଇତ୍ୱଶାନ୍ତି ମୈତ୍ରୀ ସ୍ଵେଛାସେବୀ ଅନୁଷ୍ଠାନ ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *