ବିଧାୟକ ପ୍ରକାଶ ସେଠୀଙ୍କୁ ଦୁର୍ଵ୍ୟହାର କରି ତିନି ଗିରଫ

କଟକ ସଦର,୧୩/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ସିର୍ଲୋ ପଞ୍ଚାୟତ ଯାହାନପୁର ଗ୍ରାମର ତିନିଜଣ ଯୁବକ ଗତକାଲି ରବିବାର ରାତିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଦୁର୍ବ୍ୟବହାର କରିଥିବା ଲିଖିତ ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଥିବା ଜଣାଯାଇଛି।

ପ୍ରକାଶ ଯେ ଉକ୍ତ ଗ୍ରାମର ପଣ୍ଡା ଛକରେ ବୃଷଭ ମେଳାକୁ ବିଧାୟକ ଯାଇଥିବା ଏଵଂ ଅନ୍ୟମନସ୍କ ଭାବେ ଯୋତା ମାଡି ମଣ୍ଡପ ଉପରେ ଚଢ଼ି ଯାଇଥିବା ରୁ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଏଥିପାଇଁ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଅଭିଯୁକ୍ତ ରାଜେଶ ଭୋଇ, ଜିତେନ୍ଦ୍ର ଭୋଇ,ଶିବା ଭୋଇଙ୍କୁ ୨୭୫/୨୦୨୫ ଦଫା ୧୨୬(୨),୨୯୬,୩୫୧(୨),୩(୫) ଵିଏନଏସ ରେ  ଗିରଫ କରିଥିବା ବେଳେ ବ୍ୟକ୍ତିଗତ ମୁଚାଲିକାରେ ନୋଟିସ ଦେଇ ଥାନାରୁ ଛାଡିଥିବା ତଦନ୍ତକାରୀ ଅଧିକାରୀ ତଥା କଲରାଵାଙ୍କ ଫାଣ୍ଡି ଅଧିକାରୀ ଙ୍କ ଠାରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *