କଟକ ସଦର,୧୧/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ବିଭିନ୍ନ ଶୈବ ପୀଠକୁ ଜଳ ଲାଗି କରିବାକୁ ଯାଉଥିବା କାଉଡ଼ିଆ ଭକ୍ତ ମାନଙ୍କ ପାଇଁ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗତକାଲି ଶନିବାର ରାତିରେ ସଂଜୟ ସାହୁ, ଦେବୀପ୍ରସାଦ ପତି, ଲକ୍ଷ୍ମୀଧର ଜେନା,ଅରୁଣ କୁମାର ରାଉତ,ପିୟୁଶ ରଞ୍ଜନ ପରିଡ଼ା ଙ୍କ ପରିଚାଳନାରେ ଆୟୋଜିତ ସେବା ସଭାରେ ସନାତନୀ ସେନାର ରାଜ୍ୟ ସଭାପତି ସମୀର କୁମାର ପଣ୍ଡା, ହିନ୍ଦୁ ଜାଗରଣ ମଞ୍ଚ ର ରାଜ୍ୟ ସଭାପତି ରଘୁନାଥ ବାରିକ,ଅମୀତା ଦାସ,ବନ୍ଧୁ ଚରଣ ସାହୁ,ବିଜୟ ରାଉତରାୟ, ପ୍ରକାଶ ମିଶ୍ର,ଜୟନ୍ତ ଦାସ ପ୍ରମୁଖ ଯୋଗ ଦେଇ ବାଂଲାଦେଶ ରେ ଉପୁଜିଥିବା ପରିସ୍ଥିତି କୁ ନେଇ ଉଦବେଗ ପ୍ରକାଶ କରିବା ସହିତ ହିନ୍ଦୁମାନେ ସଂଘଟିତ ଓ ସଚେତନ ରହିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା।
କନ୍ଦରପୁର ଠାରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ବୋଲବମ୍ ସେଵା
