କିଶନନଗର ତହସିଲରେ ବିଧାୟକ ପ୍ରକାଶ ସେଠୀଙ୍କ ଜନଶୁଣାଣୀ 

କଟକ ସଦର,୧୩/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ନିଜ କିଶନନଗର ପଞ୍ଚାୟତରେ ଥିବା ତହସିଲରେ ଆଜି ସୋମବାର ଦିନ ଜନଶୁଣାଣୀ କରିଥିବା ଜଣାଯାଇଛି।

ଏଥିରେ ୧୫୩ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଗୁଡିକ ର ତ୍ୱରିତ ସମାଧାନ ପାଇଁ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଦର ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ୍,ଜିପିଇଓ ରୋଜାଲିନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ସୁଜାତା ସିଂ, କିଶନନଗର ସରପଂଚ ସୁଜାତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

ଶିବିର ପରିଚାଳନାରେ ତହସିଲଦାର କ୍ଷିରୋଦ କୁମାର ଦାଶ ଙ୍କ ସମେତ ସମସ୍ତ କର୍ମଚାରୀ ସହାୟତା କରିଥିଲେ। ହେଲେ ତହସିଲ ର ଅବ୍ୟବସ୍ଥା ଯୋଗୁ ଶିବିରକୁ ଅଭିଯୋଗ ପାଇଁ ଯାଇଥିବା ଲୋକମାନେ ଅସୁବିଧା ର ସମୁଖୀନ ହୋଇଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *