ବାଲିଗୁଡା ୧୧/୧୦/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ଯୋଜନା କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅଂଚଳରେ କାର୍ୟ୍ୟକାରୀ ହେଉଛି କ୍ଷ ଏଥିରେ ମିଲେଟ (କ୍ଷଭଦ୍ରଦାନା ଶସ୍ୟ )ମାଣ୍ଡିଆ, ବାଜରା, ସୁଉଆଁ, କୋଦୁଆରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବା ପ୍ରଣାଳୀ ବିଷୟରେ ଶାନ୍ତି ମୈତ୍ରୀ ସ୍ଵେଛାସେବୀ ଅନୁଷ୍ଠାନ,ବାଲିଗୁଡାର ସମ୍ମିଳନୀ କକ୍ଷରେ ଗତକାଲି ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ କୋଡିଏ ଜଣ ମହିଳା ପ୍ରଶିକ୍ଷଣ ନେଇଥିଲେ କ୍ଷଆତ୍ମା କନ୍ଧମାଳ ସହଯୋଗରେ ଶାନ୍ତିମୈତ୍ରୀ ସ୍ଵେଛାସେବୀ ଅନୁଷ୍ଠାନଏହି କାର୍ୟ୍ୟ କର୍ମକୁ ହାତକୁ ନେଇଛି ।
ଏହିସବୁ ପ୍ରକୃତି ଜାତ କ୍ଷୁଦ୍ର ଦାନାରୁ ବରା, ପକୁଡି, ଆରିସାପିଠା,କାକରା ପିଠା, ଜିଲିପି,ବିସ୍କୁଟ, ଲଡ଼ୁ, ସୁପ, କ୍ଷୀରି ଇତ୍ୟାଦି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ହେଉଛି କ୍ଷ ଓଁ ଶ୍ରୀ ସାଇ ସ୍ୱୟଂ ସହାୟିକା ଗୋଷ୍ଠିର ଅଭିଜ୍ଞ ଟ୍ରେନର ମାନେ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ କୋଡିଏ ଜଣ ମହିଳା ମାନଙ୍କୁ ଶିଖାଇ ଛନ୍ତି । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ କ୍ଷୁଦ୍ରଦାନା ଶସ୍ୟ ବହୁଳ ପରିମାଣରେ ଉପଲବ୍ଧ ହେଉଥିବାରୁ ଏହାର ସଠିକ ବିନିଯୋଗ ପାଇଁ ରାଜ୍ୟ ସରକାର ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ଏହାକୁ ଅନ୍ତର୍ଭୁକ୍ତ କରିଛନ୍ତି । ଟ୍ରେନର ପି ନମିତା ପାତ୍ର ଓ ଅର୍ଚନା ସାହୁ ମାଷ୍ଟର ଟ୍ରେନର ଭାବେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
ଶାନ୍ତି ମୈତ୍ରୀର ସେକ୍ରେଟାରୀ ଭଗବାନ ଜେନା,ବ୍ଳକ ସଂଯୋଜକ ଉଦୟନାଥ ନାୟକ ଓ ପ୍ରଭାତ କୁମାର ସାଠୁଆ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ରହି ଥିଲେ କ୍ଷ ଏହି ପ୍ରଶିକ୍ଷଣ ଦ୍ୱାରା ମିଲେଟରୁ ତିଆରି ହେଉଥିବା ସୁସ୍ୱାଦୁ ଖାଦ୍ୟ ବିଷୟରେ ସମେସ୍ତେ ଅବଗତହେବା ଓ ନିତି ଦିନିଆ ଖାଦ୍ୟରେ ଏହାକୁ ସାମିଲ କରିବା ସରକାରଙ୍କ ମୁଳଲକ୍ଷ ବୋଲି ଭଗବାନ ଜେନା ମତବ୍ୟକ୍ତ କରିଥିଲେ ଏବଂ ମହିଳା ମାନେ ଏପରି ପ୍ରଶିକ୍ଷଣର ସୁଯୋଗ ନେବା ନିହାତି ଦରକାର ବୋଲି କହିଥିଲେ ।
