କଟକ ସଦର ,୧୧/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ରାସ୍ତା ରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ରାଜଧାନୀ ଭୁବନେଶ୍ୱର ର ରସୁଲଗଡ଼ ଠାରୁ କଟକ – ପାରାଦୀପ ୧୨ ନମ୍ବର ରାଜ୍ୟ ରାଜପଥ ର ନାନପୁର/ରଘୁନାଥପୁର ପର୍ୟ୍ୟନ୍ତ ନୂତନ ଗ୍ରୀନ ଫିଲ୍ଡ ୪ ଥାକିଆ ଏକ୍ସପ୍ରେସ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।
ଏହି ରାସ୍ତାର ନିର୍ମାଣ ପାଇଁ ଡ଼ିପିଆର ଓ ଅଲାଇନମେଂଟ ଡ଼ିଜାଇନ୍ କରିବା ପାଇଁ କନ୍ସଲଟାନ୍ସି ଫାର୍ମ ନିଯୁକ୍ତି ନିମନ୍ତେ ପୂର୍ତ୍ତ ବିଭାଗ ଅଧିନସ୍ଥ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓଵିସିସି) ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିବା ଜଣାପଡିଛି। ଏହି ନୂତନ ଏକ୍ସପ୍ରେସ ୱେ ଟି ଭୁବନେଶ୍ବର ଠାରୁ ପାରାଦୀପ କୁ ସଂଯୋଗ କରିବା ନିମନ୍ତେ କରାଯିବ ।
