ଯୁବ ସମାଜସେବୀ ସୁକାନ୍ତ ରାଉତଙ୍କୁ ସେବା ସମ୍ମାନ ପ୍ରଦାନ ।

କଟକ,୧୭/୦୧/୨୦୨୪ (ଓଡ଼ିଶା ସମାଚାର) : କଟକ ଜିଲ୍ଲା ସାଲେପୁର ବ୍ଲକ କିଶନନଗର ଥାନା ତୋଟାପଡା ଉପକଣ୍ଠ ଉଦୟପୁର ଗ୍ରାମର ଯୁବ ସମାଜସେବୀ ସୁକାନ୍ତ ରାଉତଙ୍କୁ ସମାଜସେବା,ରକ୍ତଦାନ ସେବା,ପରିବେଶ ସୁରକ୍ଷା ଆଦି ବିଭିନ୍ନ ଦିଗରେ ଉଲ୍ଲେଖନୀୟ କୃତିତ୍ଵ ନେଇ ସାଂସ୍କୃତିକ ସଙ୍ଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ପକ୍ଷରୁ  ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ୱର୍ଦ୍ଧନା ପର୍ବରେ ପରିଷଦର  ସଂପାଦକ ଅଶୋକ ପଟ୍ଟନାୟକ,ସାଲେପୁର ବ୍ଲକ ସୋଗଲ ମାଟିର କୃତି ସନ୍ତାନ ଗବେଷକ ଇଂ.ବସନ୍ତ କୁମାର ରାଉତ,କେନ୍ଦ୍ରାପଡ଼ା ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଦମନ ମହାନ୍ତି,କେଶବଧାମ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଡକ୍ଟର ସନ୍ତୋଷ ପଣ୍ଡା,ପ୍ରାବନ୍ଧିକ ଇଂ.ସେବକ ଶ୍ରୀକାନ୍ତ,କିଶନନଗର ଶିଶୁ ମଙ୍ଗଳ କ୍ଲବ୍ ସଂପାଦକ ସତ୍ୟ ରଂଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *