କେନ୍ଦ୍ରାପଡ଼ା,୧୦/୧୦/୨୦୨୫(ଓଡ଼ିଶା ସମାଚାର)- ଅସୁରେଶ୍ୱର ଅଂଚଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଚାରଣଗୋଷ୍ଠୀ ସଂଗଠକ ଦିବଗଂତ ସହଦେବ ସାମଲଙ୍କ ପରିବାରକୁ ଭେଟିଲେ ସାଂସଦ ବୈଜୟନ୍ତ ପଣ୍ଡା । ଆଜି ସାସଂଦ ଶ୍ରୀ ପଣ୍ଡା କଟକ ଜିଲା ମାହାଙ୍ଗା ବ୍ଲକର ଗୋପାଳପୁର ପଂଚାୟତ ବନ୍ତଳା ଗ୍ରାମସ୍ଥିତ ସ୍ୱର୍ଗତ ସାମଲଙ୍କ ବାସଭବନରେ ପହଂଚି ସ୍ୱର୍ଗତ ସାମଲଙ୍କ ବିଧବାପତ୍ନୀ ଜୟନ୍ତୀ ସାମଲ, ଜ୍ୟେଷ୍ଠପୁତ୍ର ପବିତ୍ର ମୋହନ ଓ କନିଷ୍ଠପୁତ୍ର ସମ୍ବାଦର କେନ୍ଦ୍ରାପଡା ଜିଲା ପ୍ରତିନିଧି ସୁବ୍ରତ କୁମାର, ବୋହୁ ଲିପ୍ସିତା ଓ ନନ୍ଦିତାଙ୍କ ସମେତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି ଅବସରରେ ଚାରଣଗୋଷ୍ଠୀ ପୁରୀ ପକ୍ଷରୁ ସାଂସଦଙ୍କୁ ଜଗନ୍ନାଥଙ୍କ ପିନ୍ଧା ପାଟବସ୍ତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସାଂସଦଙ୍କ ସହିତ ରାଜ୍ୟ ବିଜେପି ମୁଖପାତ୍ର ସଞ୍ଜୟ ରଥ, କଟକ ଜିଲା ବିଜେପି(ଗ୍ରାମୀଣ) ସଭାପତି ରାମନାରାୟଣ ମହାନ୍ତି, ମାହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସେହିପରି ସମବାୟବିତ ପ୍ରମୋଦ ସାହୁ, ସାଂସଦଙ୍କ ରାଜନୈତିକ ସଚିବ ଜ୍ୟୋତିପ୍ରକାଶ ବୋଷ, ସମାଜସେବୀ ଇଂ ମୂରଲୀଧର ସେଠୀ ପ୍ରମୁଖ ସ୍ମୃତିସଭାରେ ଯୋଗଦେଇ ସ୍ୱର୍ଗତ ସାମଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
