ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ

ପୁରୀ,୧୧/୦୬/୨୦୨୫(ଓଡ଼ିଶା ସମାଚାର)- ମହାପ୍ରଭୁଙ୍କ ସ୍ନାନଯାତ୍ରା ଚାଲିଥିବା ବେଳେ ପୁରୀରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା କରାଯାଇଛି। ପୁରୀ ଗୁଡ଼ିଆସାହିରେ ଏହି ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ (୮୩) ଙ୍କ ହତ୍ୟାକାଣ୍ଡ ଘଟିଛି।

ପୁରୀ ଟାଉନ୍ ଥାନା ଅଧୀନ ଗୁଡ଼ିଆସାହିରେ ମହାପ୍ରଭୁଙ୍କ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ ରୁହନ୍ତି। ଆଜି ସ୍ନାନଯାତ୍ରା ଥିବାରୁ ଘରେ ଜଗନ୍ନାଥ ଦୀକ୍ଷିତ ଏକାକୀ ଥିଲେ। ଏହି ସମୟରେ ପଡ଼ୋଶୀ ନାରାୟଣ ପାଟ୍ଟଯୋଶୀ ଆସିଥିଲେ। ସେ ଟଙ୍କା ନେଣଦେଣକୁ ନେଇ ଜଗନ୍ନାଥ ଦୀକ୍ଷିତଙ୍କ ସହିତ ପ୍ରଥମେ ଯୁକ୍ତିତର୍କ କରିଥିଲେ। ପରେ ଆକ୍ରମଣ କରି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସ୍ଥାନୀୟ ସୂଚନା ରୁ ଜଣାପଡ଼ିଛି ।

ପରିବାର ଲୋକେ ଆସି ଦେଖିଲା ବେଳକୁ ଜଗନ୍ନାଥ ଦୀକ୍ଷିତଙ୍କ ମୃତଦେହ ଘର ଅଗଣାରେ ପଡ଼ିଥିଲା। ସେମାନେ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

Leave a Reply

Your email address will not be published. Required fields are marked *