ଜନସାଧାରଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା

ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟିକାରୀ କୌଣସି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ନକରିବାକୁ  ଅନୁରୋଧ

କଟକ, ୦୯/୧୦/୨୦୨୫ (ଓଡ଼ିଶା ସମାଚାର)-   ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟିକାରୀ କୌଣସି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରନ୍ତୁ ନାହିଁ କି ଏ ସମ୍ବନ୍ଧୀୟ ଗୁଜବର ପ୍ରଚାର ପ୍ରସାର କରନ୍ତୁ ନାହିଁ। କଟକ ସହରାଞ୍ଚଳ ପୁଲିସ ପକ୍ଷରୁ ଏ ନେଇ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

https://x.com/dcp_cuttack/status/1976204708441100512/photo/1

ସାମାଜିକ ଗଣମାଧ୍ୟମ ଏକ୍ସ  ରେ ଏକ ପୋଷ୍ଟରେ କଟକ ସହରାଞ୍ଚଳ ପୁଲିସ ପକ୍ଷରୁ କୁହାଯାଇଛି ଯେ, ସାମ୍ପ୍ରଦାୟିକ ଦଙ୍ଗା ସମ୍ବନ୍ଧୀୟ କୌଣସି ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ଵାସ କରନ୍ତୁ ନାହିଁ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରସାର କରନ୍ତୁ ନାହିଁ। ଯଦି ଏପରି କୌଣସି ସନ୍ଦେହଜନକ ବାର୍ତ୍ତା କିମ୍ବା ସୂଚନା ମିଳେ ତେବେ ତାହା ବିଷୟରେ ପୁଲିସକୁ(୭୩୨୮୦୭୭୩୨୪ ଏବଂ ୮୪୮୦୫୧୩୦୦୭) ଅବଗତ କରାନ୍ତୁ। ଏହି ପଦକ୍ଷେପ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ।

Leave a Reply

Your email address will not be published. Required fields are marked *