କନ୍ଦରପୁର ମଣ୍ଡଳରେ ଦୁଇଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ର ଶିଳାନ୍ୟାସ

କଟକ ସଦର, ୨୧/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ମଣ୍ଡଳରେ ଆଜି ସୋମବାର ଦିନ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଦ୍ୱାରା କନ୍ଦରପୁର କଲେଜରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଧାୟକ ଙ୍କ ହାତ ପାଣ୍ଠି ରୁ  ସୈ।ନ୍ଦର୍ୟ୍ୟ କରଣ ହୋଇଥିବା ଅଧ୍ୟକ୍ଷ ଙ୍କ କାର୍ୟ୍ୟାଳୟ ଗୃହ,ଵିରିଵାଟି ଠାରେ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ରାଜସ୍ୱ ନିରୀକ୍ଷକ ଙ୍କ ନୂତନ କୋଠା ଉଦଘାଟିତ ହୋଇ ଯାଇଛି ।

ଏଥି ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ୨୧ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ ଅଟକଳରେ ନବୀକରଣ ହେବାକୁ ଥିବା ଆୟତପୁର-କନ୍ଦରପୁର ୩ କିମି ୭୫ ମି ରାସ୍ତା ର ଶିଳାନ୍ୟାସ କରାଯାଇଥିବା ଜଣାଯାଇଛି।

ଏଥିରେ କନ୍ଦରପୁର ମଣ୍ଡଳ ସଭାପତି ନିରଞ୍ଜନ ରାଉଳ, ପ୍ରତିନିଧି ସୁରେଶ ଜେନା, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ଯୋଗେନ୍ଦ୍ର ନାଥ ଭୋଇ, ଅକ୍ଷୟ ଜେନା, କନ୍ଦରପୁର ସରପଂଚ ସୁଵାସୀନି ରାଉତ,ନିମାଇଁ ମହାପାତ୍ରଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ସୁଧାକର ନାୟକ, ଅଧିକ୍ଷଣ ଯନ୍ତ୍ରୀ ଇଂ ସୋନାଲି ନନ୍ଦ, କନିଷ୍ଠ ଯନ୍ତ୍ରୀ ଇଂ ମାନସ ରଂଜନ ଚୈଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *