ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୧୮/୦୯/୨୦୨୬ (ଓଡ଼ିଶା ସମାଚାର)-  ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ସ୍ୱତନ୍ତ୍ର ଆଦେଶ ଜାରି କରାଯାଇଛି । ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ଅଦଳବଦଳ କରାଯାଇଥିବା ଜଣାପଡ଼ିଛି।ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ ସଚିବ ଓ ଯୁଗ୍ମ ସଚିବମାନଙ୍କୁ ନିଯୁକ୍ତି ଦିଆଯାଇଛି।

ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି ସଂଘମିତ୍ରା ଶତପଥୀ ଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଭାବେ  ନିଯୁକ୍ତି ଦିଆଯାଇଛି।

ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ହିମାଂଶୁ ଶେଖର ବେହେରା ଏବଂ ଶ୍ରମ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ମଧୁମିତା ନାୟକଙ୍କୁ ନିଯୁକ୍ତ କରାଯାଇଛି। ସୂର୍ଯ୍ୟନାରାୟଣ ଦାସ, ସୌଦାମିନୀ ସେଠୀ ଏବଂ ଶୁଭ୍ରା ମହାନ୍ତିଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ଜ୍ୟୋତିର୍ମୟୀ ପ୍ରଧାନ ଏବଂ ବବିତା ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି। ସୁମିତା ସରକାର, ବାଳମକୁନ୍ଦ ଭୂୟାଁ, ମଧୁମିତା ନାୟକ (କେନ୍ଦୁଝରସ୍ଥିତ ଅତିରିକ୍ତ କମିଶନର ପଦବୀ) ଏବଂ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ସେମାନଙ୍କ ବର୍ତ୍ତମାନ ପଦବୀରେ ହିଁ ଜାରି ରହିବାକୁ ଅନୁମତି ମିଳିଛି ।

Leave a Reply

Your email address will not be published. Required fields are marked *