ଵୈୟାଳିଶ ମୌଜାରେ କଟକ ସଦର ବିଜେଡ଼ି ର ଜନସମ୍ପର୍କ ଯାତ୍ରା

କଟକ ସଦର,୦୯/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ଗୁରୁବାର ୯ ତାରିଖ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ରୁ ରାଜ୍ୟ ବିଜେଡ଼ି ର ଚାରିଆଡେ ଜନସମ୍ପର୍କ ଯାତ୍ରା ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ସଦର ବିଜେଡ଼ି ପକ୍ଷରୁ ସଭାପତି ପ୍ରମୋଦ ମହାପାତ୍ର ଙ୍କ ନେତୃତ୍ଵରେ ଵୈୟାଳିଶ ମୌଜା ଵେଣ୍ଟକାର ଠାରୁ କଳପଡା କଦମ୍ଵେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ସଦର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ଆଗାମୀ ଦିନ ପାଇଁ ବିଜେଡ଼ି ସଂଗଠନ କୁ ଦୃଢିଭୁତ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରୋଜ ନାୟକ, ପୂର୍ଣ୍ଣିମା ସ୍ୱ।ଇଁ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାହାର୍ଥା, ଜିଲ୍ଲା ପରିଷଦ ସଭ୍ୟା ଆଶା ଲତା ବେହେରା, ଜିଲ୍ଲା ପରିଷଦ ସଭ୍ୟ ବିଳାସ ଭୋଇ, ପୂର୍ବତନ ସଭ୍ୟ ଵିରଵର ଲେଙ୍କା, ପୂର୍ବତନ ସଭ୍ୟ ଜୀବନ କୃଷ୍ଣ ସାମନ୍ତରାୟ, ପୂର୍ବତନ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ସରପଂଚ ଶିଶିର ରାଉତ, ସରପଂଚ ଅଭିଷେକ ବେହେରା, ସମିତି ସଭ୍ୟ ଵିନୋଦ ବେହେରା, ସମିତି ସଭ୍ୟ ଶାରଦା ସ୍ୱ।ଇଁ,ଶରତ ରାୟ, ବିଭୁତି ଭୁଷଣ ପରିଡ଼ା,ସମର ବେହେରା, ରଜନୀକାନ୍ତ ସାହୁ,ସ୍ୱ।ଧିନ ଷଡ଼ଙ୍ଗୀ,ରୁସ୍ତମ ମହମ୍ମଦ,ଅରୁଣ ବୋଷ, ମନୋରଞ୍ଜନ ମହାପାତ୍ର, ପ୍ରମୋଦ ରାଉତ, ବିନ୍ଦୁ ଭୁଷଣ ବେହେରା, ଚିତ୍ତରଞ୍ଜନ ବେହେରା, ହିମାଂଶୁ ଦାସ,ବିପ୍ର ଚରଣ ଭୋଳ ପ୍ରମୁଖ ଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ।

ଆଜିର  ଶୋଭାଯାତ୍ରାରେ ଯଥେଷ୍ଟ ଅଧିକ ପରିମାଣ ଲୋକଙ୍କ ସମ୍ପୃକ୍ତି କୁ ନେଇ ବିଜେଡ଼ି ଉତ୍ସାହିତ ହୋଇଛି। ସେହିପରି କଟକ ସହରରେ କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ନେତୃତ୍ଵରେ ବିଜେଡ଼ି ର ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା,ସିଏମସି ମେୟର ସୁବାସ ସିଂହ ପ୍ରମୁଖ ବହୁ ନେତୃମଣ୍ଡଳୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *