ବିଶାଳ ଜନ ସମର୍ଥନ ରେ ନାମାଙ୍କନ ଦାଖଲ କଲେ ବିଶ୍ବରଂଜନ ।

ଯାଜପୁର,୧୩/୦୫/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର) –  ବରୀ ନିର୍ବାଚନ ମଣ୍ଡଳୀ ର ସୁଖଦୁଃଖର ସାଥୀ , ବିଜେଡି ସମର୍ଥିତ ବିଧାୟକ ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ , ନିର୍ବାଚନ ମଣ୍ଡଳୀ ର ମୋଟ ୪୭ ଗୋଟି ପଂଚାୟତ ର କର୍ମୀ ,ଭୋଟର ମାନଙ୍କ ସମର୍ଥନରେ ତାଙ୍କର ନାମାଙ୍କନ ପତ୍ର  ଦାଖଲ କରିଛନ୍ତି । ଆଜି ପ୍ରାତହଃ ରୁ ନିଜର ଅଧିଷ୍ଠାତ୍ରୀ ଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ତାଙ୍କ ରାମଚନ୍ଦ୍ରପୁର ବାସଭବନ ଠାରେ ହଜାର ହଜାର ସମର୍ଥକ ମାନଙ୍କ ଠାରୁ ଆଶୀର୍ବାଦ , ଶୁଭେଛା ପାଇ ଏକ ବିଶାଳ ମୋଟର ସାଇକେଲ ରାଲି ରେ ଯାଜପୁର ଅଭିମୁଖେ ଗସ୍ତ କରିଥିଲେ।  ଅଲିପୁର ଦୁର୍ଗା ପଡିଆ ,ଦରଗା ଛକ ଠାରେ ତାଙ୍କୁ  ବିଶାଳ ସମ୍ଭର୍ଦ୍ଧନା ସହ  ବିପୁଳ ମାତ୍ରା ରେ ସ୍ଵାଗତ କରିଥିଲେ ସମର୍ଥକ ଓ  ସ୍ଥାନୀୟ ଭୋଟର।  ବରୀ ପଂଚାୟତ ସରପଂଚ  ସୋନାଲି ସିଂ ଓ ସହଯୋଗୀ ମାନେ ବିଶ୍ଵ ଙ୍କ ଗାଡ଼ି ଉପରକୁ ପୁଷ୍ପ ବର୍ଷା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।  ସରପଂଚ ପ୍ରତିନିଧି ମନୋଜ ସିଂ ଙ୍କ ତତ୍ୱାବଧାନ ମଧ୍ୟ ଏକ ବିଶାଳ ବାଇକ୍ ରାଲି ଦରଘା ଛକ ଠାରୁ ଯୋଗ ଦେଇଥିଲା। ପରେ ପରେ ବରୀ ମାଉଣ୍ଟ , ସନ୍ଥନ ଛକ ,ବାଲିଆପାଳ , ଚୁଡ଼ାକଳ ,ମାଳଦା ,ଶଙ୍କାରିଗଡ଼ା, ସାହାସପୁର,ଶିବାଛକ , ସୁଜନପୁର , ବରୁଆଁ ଆଦି ଛକ ମାନଙ୍କରେ ହଜାର ହଜାର ବିଶ୍ଵ ପ୍ରେମୀ ଓ ବିଜେଡି ଦଳ କୁ ଭଲପାଉଥିବା ଭୋଟର ,କର୍ମୀ ମାନେ ବିଶ୍ୱଙ୍କୁ ସ୍ଵାଗତ କରିବା ସହ ଏହି ବିଶାଳ ରାଲିରେ ଯୋଗ ଦେଇ ବିଶ୍ୱଙ୍କ ସହ ଯାଜପୁର ଯାଇଥିଲେ । ଏହି ରାଲି କୁ ବିଶ୍ଵ ସେନା ର ସଦସ୍ୟମାନେ ନିୟନ୍ତ୍ରଣ କରିଥିଲେ , ସାଧାରଣ ଲୋକ ଙ୍କ ଯାତାୟତ ନିମନ୍ତେ ସହଯୋଗ କରିଥିଲେ ଯାହାକି କୌଣସି ଲୋକେ ଅସୁବିଧାର ସମ୍ମୁଖୀନ ହୋଇ ନ ଥିବା ଜଣାପଡିଛି । ଆଜିର ରାଲି ଆଗାମୀ ଦିନରେ ବରୀରେ ଏକତରଫା ମତଦାନ ଯାହାକି ଶାସକ ଦଳ ପ୍ରତି ଯାଉଥିବା ବିଭିନ୍ନ ଛକ ବଜାର ରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ଆଜିର ଏହି ବିଶାଳ ସମର୍ଥନ ଓ ସହଯୋଗ ପାଇଁ ବିଶ୍ବରଂଜନ ସମସ୍ତ ବରୀ ବାସୀ ଓ କର୍ମୀ ଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ସେ ସର୍ବଦା ବରୀ ର ଉନ୍ନତି ଚିନ୍ତା କରନ୍ତି ଓ ଆଗାମୀ ଦିନରେ ଏହି କାର୍ଯ୍ୟ ଜାରି ରଖିବାକୁ ବଜ୍ର ଶପଥ ନେଇଥିବା କଥା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *