ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ରେ ସୁରକ୍ଷିତ ବାଷ୍ପୀତ୍ର ଚାଳନ ଶୀର୍ଷକ ବିଷୟରେ ତାଲିମ କର୍ମଶାଳା

 ଭୁବନେଶ୍ୱର, ୨୦/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବାଷ୍ପୀତ୍ର  ଚାଳନ ରେ ସୁରକ୍ଷା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ କଳ କାରଖାନା ମାନଙ୍କ ରେ ନିୟୋଜିତ ବାଷ୍ପୀତ୍ର  ପରିଚାରକ ( Boiler Operator ) ମାନଙ୍କ ର ଦକ୍ଷତା ବୃଦ୍ଧି ସହିତ ସେମାନଂକୁ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ କାରଖାନା ଏବଂବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୁଲ୍ୟରେ ଭୁବନେଶ୍ବର ର ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର  ରେ ଆଜି ପୂର୍ବାହ୍ନରେ ଏକ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ।

ମୁଖ୍ୟ ଅତିଥି ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ  ରାଜ୍ୟ ଶ୍ରମ ପ୍ରତିଷ୍ଠାନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିତି ରଂଜନ ସେନ ଉକ୍ତ କର୍ମଶାଳା କୁ ଉଦଘାଟନ କରି ଉଦବୋଧନ ଦେଇଥିଲେ ।

ସମ୍ମାନିତ ଅତିଥି କାରଖାନା ଏବଂ ବାଷ୍ପୀତ୍ର ଉପ ନିର୍ଦ୍ଦେଶକ ସୁରକ୍ଷା ଡଃ ମଳୟ କୁମାର ପ୍ରଧାନ ତାଙ୍କ ଉଦବୋଧନରେ ବାଷ୍ପୀତ୍ର ପରି  ବିପଦ ପୂର୍ଣ୍ଣ ଚାପ ଯୁକ୍ତ ବାଷ୍ପ ଉତ୍ପାଦନକାରୀ ଉପକରଣ ର ସୁରକ୍ଷିତ ଚାଳନା ନିମନ୍ତେ ସତର୍କତା ସହିତ ଦାୟିତ୍ଵବୋଧତା,ଦକ୍ଷତା ଏବଂ ପାରଦର୍ଶିତା ର ଆବଶ୍ୟକତା ଥିବା ଦୃଷ୍ଟିରୁ ବାଷ୍ପୀତ୍ର  ପରିଚାରକ ମାନଙ୍କ ର ଗୁରୁଦାୟିତ୍ବ ରହିଛି  ।

ଅନ୍ୟତମ ଅତିଥି ନିର୍ଦ୍ଦେଶାଳୟର କଟକ ମଣ୍ଡଳ ଉପନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପଣ୍ଡା କର୍ମଶାଳା କୁ ସଞ୍ଚାଳନ କରିଥିଲେ । ଭୁବନେଶ୍ବର ଉପମଣ୍ଡଳ ର ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଚନ୍ଦ୍ର କାନ୍ତ ଦଳାଇ ଏବଂ ନିର୍ଦ୍ଦେଶାଳୟ  ର ମୁଖ୍ୟ ଦପ୍ତର ର ସହକାରୀ ନିର୍ଦ୍ଦେଶକ ସୁରକ୍ଷା ଶ୍ରୀ ଅନିଲ କୁମାର ନନ୍ଦ ତାଲିମ କର୍ମଶାଳା  ପରିଚାଳନା ରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ ।

ପରିଶେଷରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ  ଶ୍ରୀଯୁକ୍ତ ନିତି ରଂଜନ ସେନ ଅଂଶ ଗ୍ରହଣ କାରୀ ପଇଁଚାଳିଶି ଜଣ ବାଷ୍ପୀତ୍ର  ପରିଚାରକ ମାନଙ୍କୁ  ପ୍ରମାଣପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *