ଆଞ୍ଚଳିକ ଶାନ୍ତି କମିଟି ପକ୍ଷରୁ ଓଡିଶା ଦିବସ ପାଳିତ

ଫୁଲନଖରା ୦୩ /୦୪/୨୦୨୫ (ଓଡ଼ିଶା ସମାଚାର)- ଆଞ୍ଚଳିକ ଶାନ୍ତି କମିଟି ସଦର ଥାନା ଅଞ୍ଚଳ ପକ୍ଷରୁ ୮୯ ତମ ପବିତ୍ର ଓଡିଶା ଦିବସ ଉପଲକ୍ଷେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।  ଫୁଲନଖରା ସ୍ଥିତ ଲକ୍ଷେଶ୍ବର ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ଶାନ୍ତି କମିଟିର  ସଭାପତି ନିମାଇଁ ଚରଣ ଲେଙ୍କା ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ।  ଏହି ସଭାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ନୃତ୍ୟ ପରିବେଷଣ କରାଯାଇ ଥିଲା ।

ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୈଧୁରୀ, ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ତଥା  ଲେଖକ ବେଣୁଧର ପାଢ଼ୀ ଯୋଗ ଦେଇ ଓଡିଆ ଭାଷା ସାହିତ୍ୟ ର ଉନ୍ନତି ନହେଲେ ଓଡିଶାର ବିକାଶ ଅଧୁରା ରହିବ କହିବା ସହିତ ଓଡିଶା ଦିବସର ବିଶେଷତ୍ବକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ । କମିଟିର କାର୍ଯ୍ୟକାରୀ ସଭାପତି ସ୍ବାଧିନ ଚେତା ମହାନ୍ତି ସଭା ପରିଚାଳନା କରିଥିଲାବେଳେ ସମ୍ପାଦକ ସୁରେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଶାନ୍ତି କମିଟିର ପରାମର୍ଶଦାତା ଶରତ କୁମାର ରଥ, ଶ୍ରୀସନ୍ୟାସୀ ଜୀ ଓ ସୁରେନ୍ଦ୍ର ନାଥ ଛୋଟରାୟ ପ୍ରମୁଖ ଯୋଗଦେଇ ସରକାରଙ୍କ ଉତ୍କଳ ଦେଶକୁ ଓଡିଶା ଦିବସରେ ପରିବର୍ତ୍ତନ କରିବାକୁ ନେଇ ଆଲୋଚନା କରିଥିଲେ । ସଦର ଥାନା ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବ୍ୟକ୍ତି ବିଶେଷ ଯଥା ରକ୍ତ ଦାତା, ଶବ ର ସାଥୀ, ଶିକ୍ଷକ, ଡାକ୍ତର, ସାମ୍ବାଦିକ, ସମାଜ ସେବୀ, ଉତ୍ତମ ଚାଷୀ, ପରିବେଶବିତ୍, ସ୍ବୟଂ ସହାୟିକା ମହିଳା ମାନଙ୍କୁ ଲୋକ ଲୋଚନକୁ ଆଣିବା ପୂର୍ବକ ଶାନ୍ତି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସଭା ଆରମ୍ଭ ପୂର୍ବରୁ ଶାନ୍ତି କମିଟିର ସଦସ୍ୟ ମାନେ ପ୍ରଥମେ ତେଲଙ୍ଗାପେଣ୍ଠ ଗାନ୍ଧି ସ୍ମୃତି ପୀଠରେ ପହଞ୍ଚି ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିସାରିବା ପରେ ଫୁଲନଖରା ଛକରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ ନଳିନୀ ସେନାପତି, ଆଇନ ପରାମର୍ଶଦାତା ଆଇନଜୀବୀ ଦିଲ୍ଲୀପ ମହାରଣା, ଆଇନଜୀବୀ ପ୍ରଭାତ କୁମାର ଦାଶ, ଆଇନଜୀବୀ କବି ନାରାୟଣ ଜେନା, ସାମ୍ବାଦିକ କାନନ ବିହାରୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ଦିଲ୍ଲୀପ ସ୍ବାଇଁ, କୈାଶିକ ଜେନା, ସୁଶାନ୍ତ କୁମାର ମହାନ୍ତି, ରାଜେଶ ସ୍ବାଇଁ, ପ୍ରତାପ କେଶରୀ ପାତ୍ର, ଅଜୟ କୁମାର ଦାଶ, ଆଦିତ୍ୟ ଛୋଟରାୟ, ରାଜକିଶୋର ବେହେରା ଓ ଲକ୍ଷେଶ୍ବର ଯୁବ ସଂସଦର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *