ଚାରଣଗୋଷ୍ଠୀ ସଙ୍ଗଠକ ସହଦେବ ସାମଲଙ୍କ ଶ୍ରଦ୍ଧାଞ୍ଜଳିସଭା

କେନ୍ଦ୍ରାପଡ଼ା,୦୯/୧୦/୨୦୨୫(ଓଡ଼ିଶା ସମାଚାର)- ଚାରଣଗୋଷ୍ଠୀ ସଙ୍ଗଠକ ସହଦେବ ସାମଲଙ୍କ ଦ୍ୱାଦଶାହ ଉପଲକ୍ଷେ କଟକ ଜିଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଂଚାୟତର ବନ୍ତଳା ଗ୍ରାମସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳିସଭା ଅନୁଷ୍ଠିତ ହୋଇଯାଇଛି । ଯୁବ ସଂଗଠକ ରାଜେଶ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୈ÷ାମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ସ୍ୱର୍ଗତ ସାମଲଙ୍କୁ ଜଣେ ଦୃଢ଼ମନା ଓ ସଫଳବ୍ୟକ୍ତି ରୂପେ ଅଭିହିତ କରିଥିଲେ । ସେ କହିଥିଲେ ଯେ ସଫଳ ବ୍ୟକ୍ତି ଇହଲୀଳା ସମ୍ବରଣ କଲେ ଲୁହ ଗଡ଼ାଇ ଶୋକପ୍ରକାଶ କରିବା ତାଙ୍କପ୍ରତି ଅସମ୍ମାନ ହୋଇଥାଏ । ବରଂ ତାଙ୍କ ସଫଳତାର ଗୁଣଗାନ କରି ଗର୍ବ କଲେ ତାଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇଥାଏ । ସେ ଆହୁରି କହିଥିଲେ ଯେ ସହଦେବଙ୍କ ଭଳି ଯେ କେଣସି ବୃତି ପ୍ରତି ସମର୍ପିତ ମନୋଭାବ ରଖି କାମକଲେ ସଫଳତା ନିଶ୍ଚିତ ମିଳିବ । ଯୌଥ ପରିବାରରେ ବିଶ୍ୱାସ ରଖି ସ୍ୱର୍ଗତ ସାମଲ ଯେଉଁ ଭଳି ଭାବେ ପରିବର୍ତିତ ପରିସ୍ଥିତିରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ତାହା ଅନ୍ୟମାନଙ୍କୁ ପ୍ରେରିତ କରିବ ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ‘ସ୍ମୃତିରେ ସହଦେବ’ ସ୍ମରଣିକା ଉନ୍ମୋଚନ କରିଥିଲେ । ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, କେନ୍ଦ୍ରାପଡ଼ା ଜିଲା ପରିଷଦ ସଭାପତି ଲିଲିତା ଦାସ, ଉପସଭାପତି ଭୀଷ୍ମ ମହାନ୍ତି, ବିଶିଷ୍ଟ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ବେହେରା, ଡକ୍ଟର ତପନ ପତି, ଡକ୍ଟର ଗୋବିନ୍ଦ ଭୂୟାଁ, ଡକ୍ଟର ବିଜୟା ନନ୍ଦ ସିଂହ, କଟକ ‘ସମ୍ବାଦ’ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ, ପଣ୍ଡିତ ହୃଷୀକେଶ ରଥ, ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ, ତେଜେଶ୍ୱର ପରିଡ଼ା, ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର, ଗଣେଶ ଚନ୍ଦ୍ର ସାମଲ,

ଭଦ୍ରେଶ୍ୱର ଥାନାଧିକାରିଣୀ ସନ୍ଧ୍ୟାରାଣୀ ସିଂହ, ସରୋଜକାନ୍ତ ସାହୁ, ବରିଷ୍ଠ ନେତା ଭୁବନମୋହନ ଜେନା, ସୁମନ୍ତ ଘଡ଼େଇ, ସୁନାକର ବେହେରା, ଉମାକାନ୍ତ ପଟ୍ଟନାୟକ, ଶିକ୍ଷାବିତ୍ ଅଜୟ ସାମଲ, ମନୋଜ ପ୍ରଧାନ, ଧୀରେନ୍ ସାହୁ, ଶିବପ୍ରସାଦ ଭଳ, ରଞ୍ଜିତ୍ ସାହୁ, ହେମନ୍ତ ସାହୁ, ଶଶାଙ୍କ ଶେଖର ସେଠୀ, କିଶୋର ପଣ୍ଡା, ଅମିତାଭ ସୁଆର, ସୌଭାଗ୍ୟ ପରିଡ଼ା, ପ୍ରଦୀପ ମହାନ୍ତି, ଶରତ ବେଉରା, ପ୍ରଫୁଲ୍ଲ ଦାସ, ଗୟାଧର ଧଳ, ହିଫଜୁର୍ ରହେମାନ୍, କାଳୀପ୍ରସାଦ ମିଶ୍ର, ପ୍ରଦୀପ୍ତ କିଶୋର ଜେନା, ସଲିମ୍ ଖାନ୍, ମୁକ୍ତାର ଖାନ୍, ରାଜେଶ ମହାନ୍ତି, ରାଜେଶ ଦାସ, ରବି ସାମଲ, ଶରତ ପାତ୍ର, ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ, ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡାକ୍ତର ସଞ୍ଜିତ୍ ସେଠୀ, ଡାକ୍ତର ଅଶୋକ କର, ସମୀର ଚାନ୍ଦ, ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ, ଦୀପେଶ ମହାପାତ୍ର, ଶୁଭ୍ରାଂଶୁ ଦାସ, କମଳାକାନ୍ତ ଦାଶ, ଗୌତମ ଜେନା, ବିବେକ ପାଣି, ବିରଂଚିନାରାୟଣ ସାମଲ, ସୁନାକର ସାମଲ, ମହେନ୍ଦ୍ର ରାଉତରାୟ, ରଶ୍ମିରଞ୍ଜନ ରାଉତ, ସୁରେନ୍ଦ୍ର ରାଉତ, ପ୍ରତାପ ମଲ୍ଲିକ, ସୁଶୀଲ ସାମଲ, କ୍ଷୀରୋଦ ଦାସ, ମୀର୍ ମୁର୍ସିଦଙ୍କ ସମେତ ଅନ୍ୟମାନେ ସ୍ୱର୍ଗତ ସାମଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରାରମ୍ଭରେ ସରୋଜ ସାମଲ ସ୍ୱର୍ଗତ ସାମଲଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ସଭା ପରିଚାଳନା କରିଥିଲେ । ସାଇନାଥ କଳାପରିଷଦ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *