କଟକ ସଦର,୦୯/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଞ୍ଚାୟତ ଵୋଦର ଗ୍ରାମରେ ହୋଇଥିବା ଗଜଲକ୍ଷ୍ମୀ ପୂଜା ମଣ୍ଡପ କୁ ବୁଧବାର ଦିନ କଟକ ସଦର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ପରିଦର୍ଶନ କରି ଆଶ୍ରିର୍ଵାଦ ଭିକ୍ଷା କରିଥିଲେ। ଏଥିପାଇଁ ଶ୍ରୀ ବେହେରା ଙ୍କୁ ପୂଜା କମିଟି ପକ୍ଷରୁ ଉଛ୍ୱସିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ,ରୁସ୍ତମ ମହମ୍ମଦ, ଆଶୁତୋଷ ଦାସ,ସୋମଦେଵ ମହାରଣା, ସୂର୍ଯ୍ୟକାନ୍ତ ମହାରଣା, ବିଦ୍ୟାଧର ମହାରଣା,ବାବୁଲି ମହାରଣା, ବୈକୁଣ୍ଠ ରାଉତ, ସୁଶାନ୍ତ ବାରିକ୍ ଧନେଶ୍ଵର ସ୍ୱ।ଇଁ, ଲୋକନାଥ ସାହାଣୀ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ସେହିପରି ଚନ୍ଦ୍ର ସାରଥି ଉତ୍ତରକୂଳ ଓ ମଣିଜଙ୍ଗ ପଞ୍ଚାୟତ ରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ।
