ବାଲିଗୁଡା,୨୩/୦୬/୨୬(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେ +୩ କଳା, ବିଜ୍ଞାନ ଓ ବାଣିଜ୍ୟ ସମ୍ମାନ ଶ୍ରଣୀରେ ପ୍ରଥମ ପର୍ୟ୍ୟାୟ ନାମଲେଖା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚାର୍ୟ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗ ଦର୍ଶନରେ ସମ୍ପୂର୍ଣ୍ଣ ଆଡ଼ମିସନ ଟିମ୍ ଏହି କାର୍ୟ୍ୟ ସୁଚାରୁ ରୂପେ ପରିଚାଳନା କରୁଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ପୁରାତନ ମହାବିଦ୍ୟାଳୟ ଟି ୧୯୭୯ ମସିହା ଅଗଷ୍ଟ ୩୦ ତାରିଖ ରେ ପ୍ରତିଷ୍ଠିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଘରୋଇ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ବେଶ ପରିଚିତ ହୋଇ ପାରିଛି ।
ଆଦିବାସୀ ମହାବିଦ୍ୟାଳୟରେ +୩ ପ୍ରଥମ ପର୍ୟ୍ୟାୟ ନାମଲେଖା ଆରମ୍ଭ
