ମାହାଙ୍ଗା,୨୯/୦୩/୨୦୨୬(ଓଡିଶା ସମାଚାର / ଆଭୟ ଜେନା)-କୁହୁଣ୍ଡା ପଞ୍ଚାୟତ ବନଗୁରୀଆ ଗ୍ରାମର ଶ୍ରୀଶ୍ରୀ ବାନା ବଟେଶ୍ୱରଙ୍କ ପୀଠରେ ବିଶିଷ୍ଟ ସଂକୀର୍ତ୍ତନ ଗୁରୁ ଗଙ୍ଗାଧର ସାହୁଙ୍କ ତୃତୀୟ ବାର୍ଷିକ ସ୍ମୃତି ଉତ୍ସବ କୁଣ୍ଡି ସେବା ସମବାୟ ସମିତି ସଭାପତି ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଜଣେ ସଫଳ ମଞ୍ଚ ଅଭିନେତା, ସଂଗୀତ ଓ ସଂକୀର୍ତ୍ତନଗୁରୁ ଭାବେ ମାହାଙ୍ଗା ମାଟିକୁ ସ୍ବର୍ଗତ ଗଙ୍ଗାଧର ସାହୁଙ୍କ ଜୀବନବ୍ୟାପୀ ଅବଦାନ ଅତୁଳନୀୟ । ଗ୍ରାମ୍ୟ ଜୀବନରେ ସେହି ଧାରାକୁ ଉଜ୍ଜୀବିତ କରିବାକୁ ସଂକଳ୍ପ ନେବା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ କହିଥିଲେ । ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଙ୍ଗାଧରଙ୍କ କୀର୍ତ୍ତି ଓ କୃତୀର ବହୁ ଅନାଲୋଚିତ ଦିଗ ଉପରେ ଆଲୋଚନା କରିଥିଲେ ।
ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ନାଟ୍ୟକାର କିଶୋର ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଷ୍ଠା ସାଧନା ଓ ତ୍ୟାଗ ମଣିଷକୁ ସଫଳତା ଦେଇଥାଏ ବୋଲି କହିଥିଲେ । ଗୁରୁ ଗଙ୍ଗାଧରଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ଥାନୀୟ ଅଞ୍ଚଳବାସୀ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଏହି ଉତ୍ସବରେ ବାନା ବଟେଶ୍ୱର ସଂକୀର୍ତ୍ତନ ମଣ୍ଡଳୀର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାହୁ ସମ୍ମାନିତ ବକ୍ତାଭାବେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମକୁ ସର୍ବଶ୍ରୀ ନିରଞ୍ଜନ ସାହୁ,ଅନନ୍ତ କିଶୋର ସାହୁ ଗଣେଶ ବିହାରୀ,କ୍ଷୀରୋଦ ବିହାରୀ,ଗୌତମ ପୃଷ୍ଟି, ଖଗେଶ୍ୱର ସାହୁ, ଭ୍ରମରବର ସାହୁ, ରଞ୍ଜନ ପୃଷ୍ଟି,ନିରଞ୍ଜନ ବିହାରୀ,ହେମନ୍ତ ଓଝା, ରାଜେଶ ଦାସ,ବୀରେନ୍ଦ୍ର ମହାରଣା, ବିଜୟ କୁମାର ଦାସ,କାର୍ତ୍ତିକ ବିହାରୀ,ମଦନ ବିହାରୀ, ଶୁକଦେବ ସାହୁ, ନଙ୍ଗୁଳି ବିହାରୀ,ସନାତନ ସାହୁ, ଅଭିମନ୍ୟୁ ସାହୁ, ପରମାନନ୍ଦ ମହାନ୍ତି, ସୁକାନ୍ତ ପୃଷ୍ଟି, ବିଜୟ ପୃଷ୍ଟି, ପ୍ରଦୀପ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ବହୁ କଳା, ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଜନସାଧାରଣ ଏହି ସ୍ମୃତି ଉତ୍ସବରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଗୁରୁ ଗଙ୍ଗାଧର ସାହୁଙ୍କ ସ୍ମୃତି ରେ ସ୍ଥାନୀୟ ଅଂଚଳର କଳାକାର ମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ ।
