ନିଶ୍ଚିନ୍ତକୋଇଲି,୦୪/୦୪/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )କଟକ ଜିଲ୍ଲା ନେମାଳ ଥାନା ସାନ୍ତପୁର ଗ୍ରାମର କାଳନ୍ଦୀ ବାରିକ ଙ୍କ ପୁଅ କୃଷ୍ଣ ଚନ୍ଦ୍ର ବାରିକର ମୃତ୍ୟୁ ଘଟଣା କୁ ବିତିଗଲାଣି ଏକମାସ । ମାତ୍ର ପୋଲିସ କାର୍ଯ୍ୟାନୁଷ୍ଠାନ ର ନାଁ ଗନ୍ଧ ନାହିଁ । ଘଟଣା ବିବରଣୀ ଅନୁଯାଇ, କୃଷ୍ଣ ଚନ୍ଦ୍ର ପୂର୍ବରୁ ଜଣେ ଝିଅ ସହ ପ୍ରେମ ସମ୍ପର୍କ ରଖି ଘରୁ ଚାଲିଯାଇ ବନ୍ଧୁପୁର ପଞ୍ଚାୟତ ଅରେଇ ଗ୍ରାମରେ ଥିବା ଏକ ଘୁଷୁରୀ ଫାର୍ମ ରେ କାମ କରି ରହି ଆସୁଥିଲେ ।
ମାତ୍ର ମାର୍ଚ୍ଚ ମାସ ୩ ତାରିଖ ରେ କୃଷ୍ଣର ମୃତ ଦେହ ନିକଟସ୍ଥ ଏକ ଗଛରେ ଝୁଲୁ ଥିବା ସ୍ଥାନୀୟ ଲୋକମାନେ ଦେଖି ପରିବାର କୁ ଖବରଦେଇଥିଲେ । ଏହି ଘଟଣା ସମ୍ପର୍କରେ ଅବଗତ ହେବାପରେ ପରିବାର ଲୋକେ ନେମାଳ ଥାନାରେ ପୁଅ କୁ ହତ୍ୟା କରି ଟାଙ୍ଗୀ ଦିଆଯାଇଥିବାନେଇ ଲିଖିତ ଅଭିଯୋଗ କରିଥିଲେ । ଏହି ହତ୍ୟା ଘଟଣାପଛରେ ଫାର୍ମ ମାଲିକ ଓ ଉକ୍ତ ଝିଅ ର ସମ୍ପୃକ୍ତି ରହିଥିବା ସନ୍ଦେହ ପ୍ରକଟ କରି ଘୁଷୁରୀ ଫାର୍ମ ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିକରିଛନ୍ତି ପରିବାର ଓ ସ୍ଥାନୀୟ ଲୋକେ । ଅପରପକ୍ଷେ ପୋଲିସ,ଶବ ବ୍ୟବଛେଦ ରିପୋର୍ଟ ଦେବାରେ ବିଳମ୍ବ କରୁଥିବା ଅଭିଯୋଗ କରି ହତ୍ୟାକାଣ୍ଡ ର ତୁରନ୍ତ ପର୍ଦାଫାଶ କରିବାକୁ ଦାବିକରିଛନ୍ତି ପରିବାର ।
