ଭୁବନ ୨୮/୦୪/୨୦୨୪ (ଓଡ଼ିଶା ସମାଚାର)-ଭୁବନ ର ପ୍ରସିଦ୍ଧ ଶକ୍ତି ପୀଠ ହିଙ୍ଗୁଳା ଠାକୁରାଣୀ ଙ୍କ ପବିତ୍ର ପୀଠ ରେ ଗତ ୨୨ ତାରିଖ ସୋମବାର ଠାରୁ ୨୬ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ୬୬ ତମ ହିଙ୍ଗୁଳା ଯାତ୍ରା ଓ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନରେ ଶତାଧିକ ପୁରୁଷ ,ମହିଳା କଳସ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମା ହିଙ୍ଗୁଳା ଙ୍କ ନିକଟରେ ଘଟ ସ୍ଥାପନ କରିଥିଲେ ।ମଙ୍ଗଳ ବାର ପୂର୍ଣ୍ଣମୀ ଦିନ ଅପରାହ୍ନରେ ମାନସିକ ବ୍ରତ ଧାରୀ ପାଟୁଆ ମାନସିକ ପୂରଣ ନିମନ୍ତେ ନିଆଁରେ ଚାଲିଥିଲେ । ମଙ୍ଗଳ ବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପୂଜାର୍ଚ୍ଚନା,ହୋମ ଯଜ୍ଞ ଓ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ରାତି ସହସ୍ରାଧିକ ଭକ୍ତ ଙ୍କ ଉପସ୍ଥିତିରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ୨୬ ତାରିଖ ପୂର୍ଣ୍ଣାହୁତି କାର୍ଯ୍ୟ ଶେଷ ହେବା ପରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଦ୍ଵାରା ହିଙ୍ଗୁଳା ଉତ୍ସବ ଉଦଘାଟନ କରାଯାଇଥିଲା । ଗୁରୁ ପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାମାଜିକ ନାଟକ ” ଆଖି ଅବୁଝା କୁ ଲୁହ ଅବୁଝା” ଏବଂ ୨୭ ତାରିଖ ଶନିବାର ରାତି ସତ୍ୟବାଦୀ ସେନାପତି ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ” କଉଡ଼ି ଖେଳ” ମଞ୍ଚସ୍ଥ ହୋଇଥିଲା । ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ସତ୍ୟବାଦୀ ସେନାପତି ଙ୍କୁ ନାଟ୍ୟ କଳା ଭୂଷଣ ପିତାମ୍ବର ମିଶ୍ର ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସମାଜ ସେବା ନିମନ୍ତେ ଆନନ୍ଦ -୧୯୬୯ ବ୍ୟାଚ,ଖୁସି ବାଣ୍ଟିବା ସେବା ଫାଉଣ୍ଡେସନ ଓ ଗୋପବନ୍ଧୁ ସେବା ସଂଗଠନ କୁ ହିଙ୍ଗୁଳା ସମ୍ମାନ ପ୍ରଦାନ କରାଯାଇଥିଲା । ହିଙ୍ଗୁଳା ଦେବୀ ଠାକୁରାଣୀ ଚାରିଟେବୁଲ ଟ୍ରଷ୍ଟ ସଭାପତି ଶଶି ଭୂଷଣ ପୃଷ୍ଟି ଙ୍କ ତତ୍ତ୍ଵାବଧାନରେ ସମ୍ପାଦକ କୁଞ୍ଜ ବିହାରୀ ଚିନରା, ମୁଖ୍ୟ ଉପଦେଷ୍ଟା ଦିଲ୍ଲୀପ ଦାସ,ନିରଞ୍ଜନ ଗୁରୁ,ଖଗେଶ୍ବର ନାୟକ,ଧନେଶ୍ଵର ସାହୁ, ଅମ୍ବୁଜ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।