ଦେବସ୍ନାନ ପୁର୍ଣିମାରେ ଧଉଳି ପାଦଦେଶରେ ଓଆଇସିର ବୋଧିଦ୍ରୁମ ଆରତୀ ପବିତ୍ରତା ଏଵଂ ଆନନ୍ଦର ସହ ସମ୍ପନ୍ନ

ଭୁବନେଶ୍ୱର,୩୦/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପ୍ରତି ମାସ ଭଳି ଏ ମାସ ପୂର୍ଣ୍ଣିମା (ଦେବସ୍ନାନ ପୂର୍ଣ୍ଣିମା ) ସୋମବାର ଦିନ ଦିବା ୧୨ ଘଟିକା ସମୟରେ ଧଉଳିଗିରି ପାଦଦେଶରେ ଥିବା ବୋଧିଦ୍ରୁମ ମୂଳରେ ଓଡିଶା ଇଣ୍ଟରନେସନାଲ ସେଣ୍ଟର (ଓ ଆଇସି)ତରଫରୁ  ଓଆଇସି ର ସମସ୍ତ ସଦସ୍ୟା/ ସଦସ୍ୟ ମାନଙ୍କ ଉପସ୍ଥିତି ରେ ଆରତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖ ଯୋଗ୍ୟ ୨୦୧୬ ମସିହାରେ ଓ ଆଇ ସି ର ପ୍ରତିଷ୍ଠାତା ସ୍ବର୍ଗତଃ ପରେଶ ନାୟକ ସଦଳବଳେ ବୌଦ୍ଧ ସନ୍ୟାସୀମାଣଙ୍କ ଗହଣରେ ସୁଦୂର ଶ୍ରୀଲଙ୍କାର ଅନୁରାଧାପୂରରୁ ସଂଗ୍ରହ  କରି ଆଣି ଥିବା ବୋଧିଦ୍ରୁମ ଚାରା ଐତିହାସିକ ଧଉଳି ଶାନ୍ତି ସ୍ତୁପର ପାଦଦେଶରେ ଶାନ୍ତି ବନରେ ପବିତ୍ର ପୂର୍ଣ୍ଣିମା ଦିନ ରୋପଣ କରି ପାରମ୍ପରିକ ରୀତିରେ ଆରତୀର ଶୁଭାରମ୍ଭ କରିଥିଲେ।

କାରଣ କଥିତ ଅଛି ପୁର୍ଣ୍ଣିମା ଦିନ ଅଶ୍ୱତଥ ବୃକ୍ଷରେ “ମା ଲକ୍ଷ୍ମୀ ” ଅବସ୍ଥାନ କରିଥାନ୍ତି, ତେଣୁ ସେଦିନ ସେହି ବୃକ୍ଷକୁ ପୂଜାର୍ଚ୍ଚନା   କଲେ ମା ଲକ୍ଷ୍ମୀଙ୍କର କୃପା ଲାଭ ହୂଏ । ଇତିମଧ୍ୟରେ ସେଠାରେ ତିନୋଟି ପ୍ରସ୍ତରର ବୁଦ୍ଧ ମୂର୍ତ୍ତି ସ୍ଥାପନା କରାଯାଇ ପୁର୍ଣ୍ଣିମାଦିନ ମଧ୍ୟ ପୂଜାର୍ଚ୍ଚନା କରାଯାଉଛି ଏତଦ ଭିନ୍ନ ଓ ଆଇ ସି ତରଫରୁ ବରିଷ୍ଠ ସଦସ୍ୟ ମନୋରଞ୍ଜନ ମହାନ୍ତିଙ୍କ ସହଯୋଗରେ ସେହି ସ୍ଥାନରେ ଲଗାଯାଇଥିବା କିଛି ବୃକ୍ଷରେ ଜଳଦାନ କରାଯାଇ ତାହାର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯାଇଥିଲା। ଏହି ବୋଧିଦ୍ରୁମ ଆଳତୀରେ ନିମନ୍ତ୍ରିତ ଅତିଥି ଭାବେ ବିଶିଷ୍ଟ ସମାଜସେଵୀ  ଦୁର୍ଗା ସାମନ୍ତରାୟ,ଭାଜପା ମଣ୍ଡଳ ସଭାପତି ତଥା ସମାଜସେଵୀ  ଅରୁଣ ଭାଇ,ସମାଜ ସେବୀ ଅନୁଜ କୁମାର ସାମନ୍ତରାୟ ଏଵଂ କଲ୍ୟାଣୀ ସାମନ୍ତରାୟ ଯୋଗଦେଇଥିଲେ।

ଅନୁଷ୍ଠାନର ମାନେଜିଙ୍ଗ ଟ୍ରଷ୍ଟି ଭାବଗ୍ରାହି ଶାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବରିଷ୍ଠ ଟ୍ରଷ୍ଟି କୁମୁଦିନୀ ପଣ୍ଡା, ଟ୍ରଷ୍ଟି ଉଦୟ କୁମାର ଶାନ୍ତି,ଏଵଂ  ବରିଷ୍ଠ ସଦସ୍ୟ ରତିକାନ୍ତ ପାଢ଼ୀ , ବନଜ୍ୟୋତ୍ସ୍ନା ପାଢ଼ୀ ,କିଶୋର ପ୍ରଧାନ, ପୂଜା ସ୍ୱାଇଁ, ସୁମନ ଦାଶ, ସତ୍ୟ ସୁନ୍ଦର ପଣ୍ଡା, ବୁଟୁ ବକ୍ସି,  ଇନ୍ଦିରା ମିଶ୍ର,ପ୍ରତାପ ମିଶ୍ର, ଦୀନବନ୍ଧୁ ନାୟକ, ମନୋଜ କୁମାର ପାତ୍ର, ସୁର୍ଯ୍ୟ ପ୍ରସାଦ ନାୟକ, ସୁନିତା ମିଶ୍ର,ରଞ୍ଜନ କୁମାର ସାହୁ, ନିବେଦିତା ଜେନା, ଝିଲ୍ଲି ରାଣୀ ଜେନା, ପ୍ରଦୀପ ମଙ୍ଗରାଜ,ପ୍ରଦ୍ୟୁମ୍ନ ମହାନ୍ତି, କୈଳାଶ ସାହୁ, ବାସନ୍ତୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଆସନ୍ତା ଜୁଲାଇ ୧୯ ତାରିଖ ସନ୍ଧ୍ୟାରେ ସ୍ବର୍ଗତଃ ପରେଶ ଭାଇଙ୍କ ୬୭ତମ ଜନ୍ମଦିନ ତଥା ଅନୁଷ୍ଠାନର ବାର୍ଷିକ ଉତ୍ସବ ଗୀତଗୋବିନ୍ଦ ସଦନରେ ପାଳିତ ହେବା ବିଷୟରେ ଏଵଂ ବିଶେଷକରି ପ୍ରତି ବର୍ଷ ପରି ଆସନ୍ତା ରଥଯାତ୍ରା ସମୟରେ ଓଆଇସି ଆନୁକୁଲ୍ୟରେ ପୁରୀ ବଡଦାଣ୍ଡରେ ଭକ୍ତ ମାନଙ୍କ ପାଇଁ ନିଃଶୁଳ୍କ ଅନ୍ନ ପ୍ରସାଦ ସେବା ଯୋଗାଇ ଦେବା ବିଷୟରେ ଆଲୋଚନା କରାଯାଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଗଲା।ଶେଷରେ ବରିଷ୍ଠ ସଦସ୍ୟା ସଞ୍ଜୁକ୍ତା ମହଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *