ମାଣିକେଶ୍ଵରୀ ୟୁନିଭରସିଟି ମହିଳା ବ୍ୟାଡମିନ୍ଟନ ଚୟନ ।

ଜୁନାଗଡ଼, ୦୫/୧୦/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ମାଣିକେଶ୍ଵରୀ ୟୁନିଭରସିଟି ର ମହିଳା ବ୍ୟାଡମିନ୍ଟନ ଟିମ୍ ର ଚୟନ ପ୍ରକ୍ରିୟା ଆଜି ବିଜୁ ପଟ୍ଟନାୟକ ଇନଡ଼ୋର ଷ୍ଟାଡିୟମ ରେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ଦ୍ଵାରା ଆୟୋଜିତ ହୋଇଯାଇଅଛି । ଉକ୍ତ ଚୟନ ପ୍ରକ୍ରିୟା ରେ ଅଞ୍ଜଲି ନାଇକ, ରୋଜାଲିନ ନାୟକ, ଭାରତୀ ଭୋଇ, ପ୍ରମିଳା ଶବର, ଦମନ୍ତି ବାଗ, ଓ ଅତିରିକ୍ତ ଖେଳାଳି ଭାବେ ସମନ୍ଵିତା ପାଣିଗ୍ରାହୀ ଙ୍କୁ ଚୟନ କରାଯାଇଥିଲା । ଏମାନେ ଆସନ୍ତା ୨୨.୧୦.୨୦୨୪ ଠାରୁ ୨୪.୧୦.୨୦୨୪ ରେ ସମ୍ବଲପୁର ୟୁନିଭରସିଟି ରେ ହେବାକୁ ଥିବା ଇଷ୍ଟ ଜୋନ୍ ବ୍ୟାଡମିନ୍ଟନ ଚାମ୍ପିଅନସିପ୍ ରେ ମା ମାଣିକେଶ୍ଵରୀ ୟୁନିଭରସିଟି ତରଫରୁ ଅଂଶ ଗ୍ରହଣ କରିବେ । ଉକ୍ତ କାର୍ୟ୍ୟକ୍ରମରେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୂତି ଭୂଷଣ ମେହେର ସଭାପତିତ୍ବ କରିଥିଲେ, ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା କାର୍ୟ୍ୟକାରିଣୀ ସଭାପତି, ଜୁନାଗଡ଼ ବ୍ୟାଡମିନ୍ଟନ ଏସୋସିଏସନ ଯୋଗଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ବେହେରା, ପ୍ରାଧ୍ୟାପିକା ସାଗରିକା ଦାସ, ପ୍ରାଧ୍ୟାପକ କୈଳାଶ ଚନ୍ଦ୍ର ମେହେର,ପ୍ରାଧ୍ୟାପକ ଶ୍ରୀଯୂକ୍ତ ଆଦିତ୍ୟ କୁମାର ଖମାରି, ଅଧ୍ୟାପକ ଶ୍ରୀଯୁକ୍ତ ସଦାନନ୍ଦ ମରାଇ, ଅଧ୍ୟାପିକା ପୂର୍ଣ୍ଣମାସି ମାଝୀ, ଅଧ୍ୟାପିକା ଯସମିନ ବନିତା ସାହୁ, ଅଧ୍ୟାପକ ସୁଧାକର ପାଲ୍, ତୁଷାର ସା, ସମୀର କୁମାର ସାହୁ, ବିକାଶ ବେହେରା, ରାଜକୁମାରୀ ବେମାଲ ସହଯୋଗ କରିଥିଲେ । ଉକ୍ତ ଖେଳ କୁ ପରିଚାଳନା କରିଥିଲେ ଷ୍ଟେଟ ଅମ୍ପାୟାର ଶ୍ରୀ ରାକେଶ କୁମାର ବେମାଲ, ରୋଜାଲିନ ନାୟକ, ଜଳି ପରାଭୋଇ, ଶିବାନୀ ଭାଟି । ପର୍ୟ୍ୟବେକ୍ଷକ ଭାବେ ଶ୍ରୀ ଆଦିତ୍ୟ ନାରାୟଣ ପ୍ରଧାନ ଓ ଶ୍ରୀ ଗଣନାଥ ବାଗ ଏବଂ ଚୟନ କର୍ତ୍ତା ଭାବେ ଶ୍ରୀ ଅଭୟ କୁମାର ବାଗ ଙ୍କୁ ୟୁନିଭରସିଟି ଦାୟିତ୍ଵ ଦେଇଥିଲା । ଏମାନେ ୟୁନିଭରସିଟି ବ୍ୟାଡମିନ୍ଟନ ଟିମ୍ ଚୟନ କରିଥିଲେ ।

Leave a Reply

Your email address will not be published. Required fields are marked *