୭୧ତମ ଜାତୀୟ ସିନିୟର କବାଡ଼ି ଚାମ୍ପିଅନସିପ୍ -୨୦୨୫ ଉଦଯାପିତ

ଭାରତୀୟ ସର୍ଭିସେସ୍ ଚାମ୍ପିଆନ୍ ଓ ଭାରତୀୟ ରେଳବାଇ ରନର୍ସ ଅପ

କଟକ,୨୩/୦୨/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଶା କବାଡ଼ି ସଂଘ ଆନୁକୁଲ୍ୟରେ, ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ସହୋଯୋଗ ରେ ଆୟୋଜିତ ୭୧ତମ ଜାତୀୟ ସିନିୟର କବାଡ଼ି ଚାମ୍ପିଅନସିପ୍ ୨୦୨୫ର ଉଦଯାପନୀ ଦିବସର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ । ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଏସିଆନ କବାଡ଼ି ଫେଡେରେସନ ର ବୈଷୟିକ ନିର୍ଦ୍ଧେଶକ କୁଲଦୀପ ଗୁପ୍ତା, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ଶ୍ରୀ ରାମଚନ୍ଦ୍ର ଦାସମହାପାତ୍ର, ରୁରିର ନିର୍ଦ୍ଧେଶକ ଶ୍ରୀ ଅରବିନ୍ଦ ସାହୁ, ଓଡ଼ିଶା କବାଡ଼ି ସଂଘର ସଭାପତି ଡ଼. ଶରତ କୁମାର ସାହୁ, ସଂପାଦକ ଶ୍ରୀ ଅଜୟ କୁମାର ବେହେରା, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଶ୍ରୀତମ ଦାସ । ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍ମରଣିକା ଉଦ୍ଧୀପ୍ତ କବାଡ଼ି ସଂପାଦକ ମୃ୍ୟତୁଞ୍ଜୟ ସାମଲଙ୍କ ସଂପାଦନାରେ ଅତିଥିମାନଙ୍କ ଦ୍ୱାରା ଉନ୍ନୋଚିତ ହୋଇଥିଲା ।

ଓଡ଼ିଶା କବାଡି ସଂଘର ସଭାପତି ବିଶିଷ୍ଟ ଶିଳ୍ପପତି ଡ଼.ଶରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ମାନ୍ୟବର ବିଧାୟକ ଅୟୋଜକ ମାନଙ୍କର ପ୍ରଚେଷ୍ଟା ଓ ସାଂଗଠନିକ ଦକ୍ଷତାକୁ ପ୍ରସଂସା କରିଥିବାବେଳେ କହିଥିଲେ ଓଡ଼ିଶା କ୍ରୀଡ଼ାର ପେଣ୍ଠସ୍ଥଳୀ ଓ ଓଡ଼ିଶା ସରକାର ସବୁପ୍ରକାର କ୍ରୀଡ଼ା ଓ କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । କବାଡ଼ି ଏବେ ସମସ୍ତଙ୍କର ଗ୍ରହଣୀୟ ହୋଇ ପାରିଛି ।  ପ୍ରଥମଥର ପାଇଁ ଓଙ୍ଗିଶାରେ ସିନିୟର ପ୍ରତିଯୋଗିତା ଆୟୋଜନ ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ବଡବଡ ଇଭେଣ୍ଟ ଅୟୋଜିତ ହେବ ।

ପ୍ରଥମ ଥର ପାଇଁ ସିନିୟର ପ୍ରତିଯୋଗୀତା ଆୟୋଜନର ଅଧିକାର ଓଡ଼ିଶା କୁ ମିଳିଥିବାବେଳେ ଓଡ଼ିଶା ଖୁବ ସଫଳତାର ସହ ଏହାକୁ ଆୟୋଜନ କରି ସମସ୍ତଙ୍କର ହୃଦୟ ଜିତିପାରିଛି ବୋଲି ଉପସ୍ଥିତ ସମସ୍ତ କ୍ରୀଡା ଅଧିକାରୀ,ଖେଳାଳୀ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଆହୁରି ବଡ ଇଭେଣ୍ଟ ଆୟୋଜନ କରିବା ପାଇଁ ସଂଘର ସଭାପତି ଆଶାବ୍ୟକ୍ତ କରିଥିଲେ ।

ଆଜିର ପ୍ରଥମ ସେମିଫାଇନାଲ ମ୍ୟାଚ ପଞ୍ଜାବ ଓ ସର୍ଭିସେସ୍ ମଧ୍ୟରେ ଓ  ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଭାରତୀୟ ରେଳବାଇ ଏବଂଉତରପ୍ରଦେଶ ମଧ୍ୟରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚ ରେ ପଞ୍ଜାବକୁ ସର୍ଭିସେସ୍ ୮ ପଏଣ୍ଟରେ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚ ରେ ଭାରତୀୟ ରେଳବାଇ ଉତରପ୍ରଦେଶକୁ ୮ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚ୍ ବେଶ୍ ଚିତାକର୍ଷକ ଓ ରୋମାଞ୍ଚକର ହୋଇଥିବାବେଳେ ୩୦-୩୦ ପଏଣ୍ଟ ରେ ଡ୍ର ହୋଇଥିଲା ଏବଂ ଉଭୟ ଦଳକୁ ୫ ରାଇଡନ ପ୍ରଦାନ କରାଯାଇଥିଲା । କଡ଼ାମୁକାବିଲା ପରେ ଭାରତୀୟ ରେଳବାଇ ଦଳକୁ ସର୍ଭିସେସ ୩ ପଏଣ୍ଟ ବ୍ୟବଧାନରେ ହରାଇ ବାଜିମାତ କରି ଚାମ୍ପିଅନ ହୋଇଥିବାବେଳେ ଭାରତୀୟ ରେଳବାଇ ରନର୍ସ  ଅପ ହୋଇଥିଲା । ସେହିପରି ତୃତୀୟ ସ୍ଥାନ ରେ ରହିଥିଲେ ପଞ୍ଜାବ ଏବଂ ଉତର ପ୍ରଦେଶ ।

ଚାମ୍ପିଅନ ଦଳକୁ ଆକର୍ଷଣୀୟ ଟ୍ରଫି ସହ ଗୋଲ୍ଡ ମେଡାଲ, ରନର୍ସ ଅପ ଦଳକୁ ଟ୍ରଫି ସହ ରଜତ ପଦକ ଓ ୩ୟ ସ୍ଥାନରେ ଥିବା ଦଳମାନଙ୍କୁ ଟ୍ରଫି ସହ ବ୍ରୋଞ୍ଚ ପଦକ ପ୍ରଦାନ କରାଯାଇଥିଲା ।

ଆଜିର କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ ଇଭେଣ୍ଟର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା । କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ ପାଇଁ ସହଯୋଗ କରିଥିଲେ ସତ୍ୟବ୍ରତ ମିଶ୍ର । ଆଜିର ପୁରଷ୍କାର ବିତରଣ ଉତ୍ସବକୁ ପରିଚାଳନା କରିଥିଲେ ଓଡ଼ିଶା କବାଡ଼ି ସଂଘର ଉପସଭାପତି ପୃଥ୍ୱୀରାଜ ପଟ୍ଟନାୟକ, ପାର୍ଥବୀର ଭୁୟାଁ, ଯୁଗ୍ମସଂପାଦକ ସୂର୍ଯ୍ୟକାନ୍ତ ମହାନ୍ତି, ଯୁଗ୍ମସଂପାଦକ ଜୟଶ୍ରୀ ସ୍ୱାଇଁ । ସଦସ୍ୟ ରାମଚନ୍ଦ୍ର ବେହେରା, ପ୍ରକଶ କୁମାର ସାହୁ, କେ. ମାଧବ ରାଓ, ସରୋଜ ସେଠୀ, ସତ୍ୟପ୍ରକାଶ ଦାସ । ହ୍ୱାଇଟ କାନଭାସ୍ ଇଭେଣ୍ଟ ର ସାଦସ୍ୟମାନେ ଇଭେଣ୍ଟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *