ଭରତପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ପକ୍ଷରୁ ‘ସୁସ୍ଥ ନାରୀ ସଶକ୍ତ ପରିବାର’

କେନ୍ଦ୍ରାପଡ଼ା,୦୩/୧୦/୨୦୨୫(ଓଡ଼ିଶା ସମାଚାର)-ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଭରତପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନରେ ସେପ୍ଟେମ୍ବର ୧୭ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମ ଦିବସ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ଭରତପୁର, ମେହେନ୍ଦିପୁର, ପାରାଚକ, ହରିଡାଦଣ୍ଡା, ଜଗନ୍ନାଥପୁର ଓ କଚେରିପଡା ପ୍ରଭୃତି ଗ୍ରାମ ଗୁଡିକରେ ୭ଶହ ମହିଳା ଓ ବାଳିକାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ଯୋଗାଇ ଦିଆଯାଇଥିଲା ।

ଏଥିସହିତ ସେମାନଙ୍କ ହିମୋଗ୍ଲୋବିନ, ରକ୍ତଶର୍କରା, ଥାଲାସେମିଆ, ରକ୍ତଚାପ ପରୀକ୍ଷା କରାଯିବା ସହ କର୍କଟ ସ୍କ୍ରିନିଂ କରାଯାଇଥିଲା । ଏହାବ୍ୟତିତ ଗର୍ଭବତୀ ପଞ୍ଜିକରଣ, ଟିକାକରଣ, କିଶୋରୀ ସ୍ୱାସ୍ଥ୍ୟ ଓ ପୋଷଣ ଉପରେ ମହିଳା ଓ ବାଳିକାମାନଙ୍କୁ ସଚେତନ କରାଯିବା ସହିତ ବୟୋବନ୍ଦନା ଓ ଗୋପବନ୍ଧୁ ଜନ କଲ୍ୟାଣ କାର୍ଡ ହିତାଧିକାରୀମାନଙ୍କୁ ବଂଟନ କରାଯାଇଥିଲା ।

ଏହି ସମସ୍ତ ଶିବିର ଗୁଡିକୁ ଭରତପୁର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ତୃପ୍ତିମୟୀ ମୁଦୁଲି ପରିଚାଳନା କରିଥିବା ବେଳେ ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଚନ୍ଦ୍ରଶେଖର ନାୟକ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଔଷଧ ସେବନ ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀୟା ଶାଶ୍ୱତୀ ପ୍ରତାପ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଭରତ ଚନ୍ଦ୍ର ସାହୁଙ୍କ ସମେତ ଅଙ୍ଗନୱାଡିକର୍ମୀ, ଆଶାକର୍ମୀ ଓ ସ୍ୱେଛାସେବୀମାନେ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *