ଲକ୍ଷ୍ମୀପୁର ୦୧/୧୨/୨୩(ଓଡ଼ିଶା ସମାଚାର/ପ୍ରମୋଦ ଜେନା)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ଠାରେ ଆଜି ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇ ଯାଇଛି।ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଡସ୍ ରୋଗର ଭୟାବହତା ସମ୍ପର୍କରେ କହିବା ସହ କିପରି ସଚେତନତା ଓ ସଂଜମତା ଦ୍ୱାରା ଏହାକୁ ରୋକାଯାଇ ପାରିବ ବୋଲି ବୁଝାଇ ଥିଲେ। ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚ୍ୟୁ ଗିତାଞ୍ଜଳୀ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏଡ଼ସ୍ ସମ୍ବନ୍ଧରେ ସବିଶେଷ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ମୋ କଲେଜ ଅଭିଯାନ ଅଧିକାରୀ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ ପରିଚାଳନା କରିଥିଲା ବେଳେ କାର୍ଯ୍ୟକ୍ରମ ଶେଷରେ ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ୟବାଦ ଅର୍ପଣ କରିଥିଲେ।ମହା ବିଦ୍ୟାଳୟ ର ଯୁବ ରେଡକ୍ରସ ୟୁନିଟ୍,ଜାତୀୟ ସେବା ଯୋଜନା ୟୁନିଟ୍ ଏବଂ ମୋ ସ୍କୁଲ୍ ଓ ମୋ କଲେଜ ଅଭିଯାନ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ଦୁର୍ଯ୍ଯୋଧନ ସାହୁ,ଅଧ୍ୟାପିକା ଜୟଶ୍ରୀ ପଟ୍ଟନାୟକ ଓ ଛାତ୍ରଛାତ୍ରୀମାନେ ସହଯୋଗ କରି ଥିଲେ।