ବିଶ୍ୱଶାନ୍ତି ନେଇ କେରଙ୍ଗରେ ବିଶାଳ ସାଇକେଲ ଶୋଭା ଯାତ୍ରା:

ଏଭଳି ଜନ ସଚେତନତା ଦ୍ୱାରା ଭାଇ ଚାରା ସୃଷ୍ଟି ହୁଏ–ସରପଞ୍ଚ ମବ୍ରୁରୁ ହୁସେନ

ଖୋର୍ଦ୍ଧା, ୨୫/୦୨/୨୦୨୪ (ଓଡ଼ିଶା ସମାଚାର)- ବିଶ୍ୱ ଶାନ୍ତି ଓ ଭାଇ ଚାରା ଭାବ ସୃଷ୍ଟି ନେଇ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକ କେରଙ୍ଗ ଗ୍ରାମ ରୁ ଯୁବକ ମାନଙ୍କ ସହଯୋଗ ରେ ଏକ ବିଶାଳ ସାଇକେଲ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଶୋଭାଯାତ୍ରା କେରଙ୍ଗ ମେଡିକାଲ ଛକରୁ ଆରମ୍ଭ ହୋଇ ଠାକୁରପଡା,ପାଇକତିଗିରିଆ, ଖୋର୍ଦ୍ଧା, ତରତୁଆ ,ପୁବୁସାହି ଦେଇ କେରଙ୍ଗ ଉଚ୍ଚ ବିଦ୍ୟାଳୟ ଠାରେ ସମାପ୍ତ ହୋଇଥିଲା। ତେବେ ବିଶ୍ଵ ରେ ଶାନ୍ତି ପ୍ରତିଷ୍ଠା କରିବା,ମାନବ ଜାତି ରେ ଭାଇଚାରା ଭାବ ସୂର୍ଷ୍ଟି କରିବା, ଇସ୍ଲାମ ଧର୍ମ ଏକ ଶାନ୍ତି ଧର୍ମ ବୋଲି ବାର୍ତ୍ତା ବାଣ୍ଟିବା ଏହି ଶୋଭାଯାତ୍ରାର ମୁଖ୍ୟ ଲକ୍ଷ ଥିଲା।ଏହି ବିରାଟ କାର୍ଯ୍ୟକ୍ରମ ରେ ପ୍ରାୟ ୧୫୦ ଜଣ ସାଇକେଲ ରେ ଶ୍ରୀରାମ ଜି ମହାରାଜ କି ଜୟ, ଇସ୍ଲାମ ଅହେମଦୀୟତ୍ ଜିନ୍ଦାବାଦ,ହିନ୍ଦୁ ମୁସଲମାନ ଆମେ ଭାଇଭାଇର ସ୍ଲୋଗାନ ସହିତ, ୩ ବିଶ୍ଵ ଯୁଦ୍ଧରୁ ବିଶ୍ବକୁ ବଞ୍ଚାଇବା, ପ୍ରେମ ସଭିଙ୍କ ପାଇ ଘୃଣା କାହାକୁ ନାହିଁ,ଜଳ ହିଁ ଜୀବନ ପରି ଅନେକ ବାର୍ତ୍ତା ପ୍ଲା କାର୍ଡ ଜରିଆରେ ସମସ୍ତ ଜନସାଧାରଣ ମାନଙ୍କୁ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ନୟାଗଡ଼ ଯୁବକ ସଂଘ ର ସଭାପତି ତବ୍ରେଜ୍ ଅହମଦ, କେରଙ୍ଗ ଯୁବକ ସଂଘ ର ସଭାପତି ମୋହିଉଦ୍ଦିନ,ନାଗରିକ କମିିଟି ଉମର୍ ଫରୁକ୍, ସଭାପତି ମଶିନଗର ସେଖ କାସିମ୍,ଗ୍ରାମ କମିଟି ସଭାପତି ଶ୍ରୀ ଓସିମ ଅହମଦ, ଏନାୟତ ଅହମଦ,ଯଫ୍ରୁଲା ଖାଁ,ଗ୍ରାମ ର ବହୁ ବୁଦ୍ଧିଜୀବୀ,ସମାଜ ସେବୀଙ୍କ ସହିତ କେରଙ୍ଗ ଗ୍ରାମ ପଞ୍ଚାୟତ ର ସରପଞ୍ଚ ମବୁରୁ ହୋସେନ୍,ଉପସ୍ଥିତ ରହି ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଶୋଭାଯାତ୍ରା ଖୋର୍ଦ୍ଧା ସହର ରେ ପହଞ୍ଚିବା ମାତ୍ରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର,ବେଗୁନିଆ ବୋଲଗଡ଼ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ଫୁଲ ଦେଇ ଶୋଭାଯାତ୍ରା ରେ ସାମିଲ ପିଲାଙ୍କୁ ସ୍ୱାଗତ ସହିତ ବିଶ୍ୱଶାନ୍ତି ପାଇଁ ଏଭଳି ପଦକ୍ଷେପ କାମ କୁ ଆୟୋଜନ କରିଥିବାରୁ ଆୟୋଜକ ଙ୍କୁ ପ୍ରସଂସା କରିଥିଲେ।କେରଙ୍ଗ ରେ ଏଭଳି ସାମୁହିକ ଭାଇଚାରା,ଭାତୃତ୍ୱ ଭାବ, ଓ ବିଶ୍ୱ ଶାନ୍ତି ପାଇଁ ସଚେତନତା କାର୍ଯ୍ୟ କୁ ବିଭିନ୍ନ ଅନୁଷ୍ଠାନ,ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ପ୍ରସଂସା କରାଯାଇଛି।

Leave a Reply

Your email address will not be published. Required fields are marked *