କଟକ ସଦର: ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ବିଜେଡ଼ି ରୁ କୋଣଠେସା ନେଇ ଚର୍ଚ୍ଚା

କଟକ ସଦର, ୦୩/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସମିତି ସଭ୍ୟ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରୁ ବିଧାୟକ ଓ ମନ୍ତ୍ରୀ ‌ହୋଇଥିଵା କଟକ ସଦର ର ପୂର୍ବତନ ବିଧାୟକ ଏଵେ ବିଜେଡ଼ି ରୁ ନିଜେ ନିଜେ କୋଣଠେସା ହୋଇଛନ୍ତି ନାଁ ତାଙ୍କୁ କୋଣଠେସା କରାଯାଇଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପ୍ରକାଶ ଯେ ଟାଙ୍ଗୀ-ଚୈ।ଦ୍ୱ।ର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଟିକେଟରେ ନାମାଙ୍କନ ଭରିଥିଵା ଜିଲ୍ଲା ସଭାପତି ଧର୍ମାନନ୍ଦ ବେହେରାଙ୍କୁ ଚଞ୍ଚକତା କରି କାଟି ବିଧାୟକ ହୋଇଥିବା ଚନ୍ଦ୍ର ସାରଥି ପରବର୍ତ୍ତୀ ସମୟରେ କଟକ ସଦର ରୁ ଦୁଇଥର ବିଧାୟକ ହୋଇଥିଲେ। ହେଲେ ୨୦୨୪ ରେ ନବାଗତ ବିଜେପି ନେତା ପ୍ରକାଶ ସେଠୀ ତାଙ୍କୁ ପରାସ୍ତ କରିବା ପରଠାରୁ ଚନ୍ଦ୍ରସାରଥି ନିର୍ବାଚନ ମଣ୍ଡଳୀରୁ ଉଭାନ ହୋଇଯାଇଥିଲେ।

ଯେଉଁଥିପାଇଁ ରାଜ୍ୟ କିମ୍ଵା ଜିଲ୍ଲା ସଂଗଠନ ରେ ବିଜେଡ଼ି ତାଙ୍କୁ କୈ।ଣସି ପଦପଦବୀ ନଦେଇ ଦୂରେଇ ରଖିଲା। ଏବେ ଚନ୍ଦ୍ର ସାରଥି ଙ୍କୁ ରାଜ୍ୟ କିମ୍ଵା ଜିଲ୍ଲା ବିଜେଡ଼ି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ। ଜିଲ୍ଲା ବିଜେଡ଼ି ସଭାପତି ଭାବେ ପ୍ରଫୁଲ୍ଲ ସିଂହ ମନୋନୀତ ହେବା ପରଠାରୁ ଚନ୍ଦ୍ରସାରଥି କିମ୍ଵା ତାଙ୍କର ତଥାକଥିତ ସମର୍ଥକମାନେ ପ୍ରଫୁଲ୍ଲ ଙ୍କୁ ଆନ୍ତରିକ ଗ୍ରହଣ ନକରି ଅଡୁଆ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ତେବେ ଆଗକୁ କଟକ ସଦର ବିଜେଡ଼ି ର ମଙ୍ଗ କିଏ ଧରୁଛି ଓ ସଙ୍ଗଠନ କେଉଁ ମୋଡ଼ ନେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

 

Leave a Reply

Your email address will not be published. Required fields are marked *