ନିଖୋଜ ଛାତ୍ରଙ୍କ ମୃତଦେହ ୩ ପରେ ମିଳିଲା

ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ଆସ୍କା,୦୧/୧୦/୨୦୨୫(ଓଡ଼ିଶା ସମାଚାର)- ତିନି ଦିନ ଧରି ନିଖୋଜ ଥିବା ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଗଞ୍ଜାମ ଜିଲା ଆସିକା ବ୍ଲକ୍ ଖଣ୍ଡାରାବଳୀ ଗ୍ରାମର ବୋଲି ଜଣାପଡିଛି । ଖଣ୍ଡାରାବଳୀ-ରାମଣା ପଲ୍ଲୀ ରାସ୍ତା ନିକଟରୁ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅପରପକ୍ଷରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖ ଦିନ ୧୨ଟା ସମୟରେ ଛାତ୍ରଙ୍କର ଜଣେ ସାଙ୍ଗ ଘରକୁ ଡାକିବାକୁ ଆସିଥିଲେ । ପରେ ଦୁହେଁ ମିଶି ବାହାରକୁ ବୁଲିବାକୁ ଯାଇଥିଲେ । କିନ୍ତୁ ଛାତ୍ର ଜଣକ ଆଉ ଘରକୁ ଫେରିନଥିଲେ । ପୁଅ ଘରକୁ ନଫେରିବା ଦେଖି ତାଙ୍କ ମା’ ତାଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରିଥିଲେ । ଛାତ୍ରଙ୍କ ସାଙ୍ଗମାନେ କୌଣସି ସୂଚନା ଦେଇନଥିବା ବେଳେ ପରିବାର ଲୋକେ ପ୍ରଥମେ ଖୋଜାଖୋଜି କରିଥିଲେ । ପରେ ଏନେଇ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ ।

ମଙ୍ଗଳବାର ଖଣ୍ଡାରାବଳୀ-ରାମଣା ପଲ୍ଲୀ ରାସ୍ତା ନିକଟରୁ ଅମରଙ୍କ ମୃତଦେହ ମିଳିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି । ଅପରପକ୍ଷରେ ପରିବାର ଲୋକେ ତାଙ୍କ ପୁଅକୁ କେହି ମାରି ରାସ୍ତା କଡ଼ରେ ପିଙ୍ଗିଦେଇଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *