ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୦୧/୧୦/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ନିଶା ଅପବ୍ୟବହାରର ବିପଦକୁ ମୁକାବିଲା କରିବା ଏବଂ ଏକ ସୁସ୍ଥ, ନିରାପଦ ଏବଂ ନିଶାମୁକ୍ତ ସମାଜକୁ ପ୍ରୋତ୍ସାହିତ କରିବା ପାଇଁ ଅବକାରୀ ବିଭାଗ ସ୍ୱତନ୍ତ୍ର ସଚେତନତା ଏବଂ ପ୍ରବର୍ତନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ “ଡ୍ରଗ୍ସ ଫ୍ରି ଭୁବନେଶ୍ୱର” ଆୟୋଜନ କରିବ । ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଅନ୍ଟା ଭିଡ଼ିଛନ୍ତି ସରକାର । ଆମ ସଂକଳ୍ପ ନିଶା ନୁହେଁ ଜୀବନ । ଡ୍ରଗ୍ସଫ୍ରି ଭୁବନେଶ୍ୱର ପାଇଁ ଆୟୋଜନ ହେବ ଦ୍ୱତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ । ମଦ୍ୟପାନ କରି ଗାଡ଼ିଚାଳନା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବା ପାଇଁ ଆରଟିଓ ଗୁଡ଼ିକୁ ନିର୍ଦେଶ ଦିଆଯାଇଛି ।
ରାଜ୍ୟ ସରକାରଙ୍କ ନିଶା ଅପବ୍ୟବହାରର ବିପଦକୁ ମୁକାବିଲା କରିବା ଏବଂ ଏକ ସୁସ୍ଥ, ନିରାପଦ ଏବଂ ନିଶାମୁକ୍ତ ସମାଜକୁ ପ୍ରୋତ୍ସାହିତ କରିବା ପାଇଁ ଅବକାରୀ ବିଭାଗ ସ୍ୱତନ୍ତ୍ର ସଚେତନତା ଏବଂ ପ୍ରବର୍ତନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ “ଡ୍ରଗ୍ସ ଫ୍ରି ଭୁବନେଶ୍ୱର” ଆୟୋଜନ କରିବ । ଆସନ୍ତା ଅକ୍ଟୋବର ୨ ତାରିଖରେ ସଚେତନତା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
ଅକ୍ଟୋବର ୨ରୁ ଏକ ମାସ ପାଇଁ ଚାଲିବ କାର୍ଯ୍ୟକ୍ରମ । ପ୍ରଚାର ସମୟରେ ବାର୍ତା ପ୍ରସାର ପାଇଁ ପିଆର ଏବଂ ଡିଡବ୍ଲୁ ବିଭାଗ ରାଜ୍ୟର ସମସ୍ତ ଗ୍ରାମ ପଂଚାୟତ ଏବଂ ପଂଚାୟତ ସମିତିକୁ ସାମିଲ କରାଯିବ । ପ୍ରତ୍ୟେକ ଗ୍ରାମପଂଚାୟତରେ ୨ ଅକ୍ଟୋବରରେ ଗ୍ରାମସଭାର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ନିଶା ସମସ୍ୟା ଉପରେ ଆଲୋଚନା କରାଯିବ । ନିଶାମୁକ୍ତ ଗ୍ରାମ ଗଠନ ପାଇଁ ପ୍ରୟାସ କରିବାକୁ ଗ୍ରାମପଂଚାୟତମାନଙ୍କୁ ଉତ୍ସାହିତ କରାଯିବ । ସଫଳ ଗ୍ରାମପଂଚାୟତମାନଙ୍କୁ ସ୍ଥାନିତ କରାଯିବ ଏବଂ ତା’ପରେ, ଶ୍ରେଷ୍ଠ ତିନି ଗ୍ରାମପଂଚାୟତଙ୍କୁ ପୁରସ୍କାର ଘୋଷଣା କରାଯିବ ।
ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପରି ଅଭିଯାନ ସମୟରେ ମଦ୍ୟପାନ କରି ଗାଡି ଚାଳନା ରୋକିବା ପାଇଁ ବାଣିଜ୍ୟ ଏବଂ ପରିବହନ ବିଭାଗ ବ୍ୟାପକ ସଚେତନତା ଅଭିଯାନ କରିବ । ଏସଏସଇପିଡି ବିଭାଗ ବିଭିନ୍ନ ଏନଜିଓଗୁଡ଼ିକୁ ସାମିଲ କରି ରାଜ୍ୟର ବିଭିନ୍ନ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମାସକ ମଧ୍ୟରେ ସ୍ୱାସ୍ଥ୍ୟ ଶିବିର, କର୍ମଶାଳା, ସମ୍ମିଳନୀରେ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ କରିବ ।
ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବେଆଇନ ଗେଞ୍ଜଇ ଗଛ ଲଗାଇବା ନଷ୍ଟ କରିବା ପାଇଁ ବନ ବିଭାଗ ଏକ ସ୍ୱତନ୍ତ୍ର ଅଭିଯାନ କରିବ, ସେମାନେ ଗେଞ୍ଜଇ ପ୍ରବଣ ଜିଲାଗୁଡ଼ିକରେ ଗେଞ୍ଜଇ ମୁକ୍ତ ଜଙ୍ଗଲ ଘୋଷଣା କରି ପାରନ୍ତି ଏବଂ ଏଥି ପାଇଁ ପୁରସ୍କାର ପାଇପାରନ୍ତି । ତଦନୁସାରେ ୩ ଜଣ ସଫଳ କ୍ଷେତ୍ର ଅଧିକାରୀଙ୍କ ପାଇଁ ପୁରସ୍କାର ମଧ୍ୟ ଘୋଷଣା କରାଯିବ ।
ଅଭିଯାନ ସମୟରେ “ତୁମାଖୁ, ମଦ୍ୟପାନ ଏବଂ ନିଶାମୁକ୍ତ ବିଶ୍ୱ” ବାର୍ତା ପ୍ରସାର ପାଇଁ କ୍ରୀଡା ଏବଂ ଯୁବ ସେବା ବିଭାଗ ମୁଖ୍ୟାଳୟ ଏବଂ ରାଜ୍ୟ ସ୍ତରରେ ସାମୂହିକ ଦୌଡ଼ ଆୟୋଜନ କରାଯିବ । ମିଶନ ଶକ୍ତି ବିଭାଗ ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନେଇ ଜନସଚେତନତା ଏବଂ ସମ୍ବେଦନଶୀଳତା କାର୍ଯ୍ୟକ୍ରମ କରାଯିବ ।
ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସ୍କୁଲ/ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନଲାଇନ୍ ପ୍ରବନ୍ଧ/ବିତର୍କ (ଭିଡିଓ କ୍ଲିପିଂ ମାଧ୍ୟମରେ) ପ୍ରତିଯୋଗିତା ଆୟୋଜନ କରି ସଚେତନାକରଣ କାର୍ଯ୍ୟକ୍ରମ କରାଯିବ । ଏନେଇ ବାଣିଜ୍ୟ ଏବଂ ପରିବହନ, ବିଦ୍ୟାଳୟ ଏବଂ ଗଣଶିକ୍ଷା, ମିଶନ ଶକ୍ତି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା, ପଂଚାୟତିରାଜ ଏବଂ ପାନୀୟ ଜଳ, ଏସଏସ ଏବଂ ଇପିଡି, କ୍ରୀଡ଼ା ଏବଂ ଯୁବ ସେବା ବିଭାଗକୁ ଅବକାରୀ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।
()
