ଭୁବନ ୨୭/୦୨/୨୦୨୬ (ଓଡ଼ିଶା ସମାଚାର)- କର୍ତ୍ତବ୍ୟରେ ଅବହେଳା ଓ କ୍ଷମତାର ଅପବ୍ୟବହାର ଆଳରେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କୁ ୯ ସେପ୍ଟେମ୍ବର ୨୦୨୫ ରେ ସରକାର ବରଖାସ୍ତ କରିଥିଲେ । ଏହା ପରେ ୧୨ ସେପ୍ଟେମ୍ୱର ୨୦୨୫ ରେ ଉପ ନଗରପାଳ ଶ୍ରୀମତୀ ମାନିନୀ ସାହୁ ଙ୍କୁ ନିର୍ବାହୀ ଅଧିକାରୀ ପ୍ରଦତ୍ତ କୁମାର ସାହୁ ନଗରପାଳ ଭାବେ ଦାୟିତ୍ଵ ଅର୍ପଣ କରିଥିଲେ ।
ନଗରପାଳ ପଦବୀରୁ କ୍ଷମତାଚ୍ୟୁତ ହେବା ପରେ ଶୁଭେନ୍ଦୁ ସାହୁ ସରକାରଙ୍କ ବିରୁଦ୍ଧରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ୨୬ ତାରିଖ ଗୁରୁବାର ସରକାରଙ୍କ ବହିଷ୍କାର ଆଦେଶକୁ ଖାରଜ କରିଦେବା ପରେ ଶୁଭେନ୍ଦୁ ସାହୁ ଆଜି ଶୁକ୍ରବାର ଦଳୀୟ କର୍ମୀ ଓ ଶୁଭେଚ୍ଛୁ ଙ୍କ ଗହଣରେ ଏନ୍ ଏ ସି କାର୍ଯ୍ୟାଳୟକୁ ଯାଇ ଆସନ ଅଳଙ୍କୃତ କରିଥିଲେ । ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶରେ କର୍ମଚାରୀ ମାନେ ପାଛୋଟି ନେଇଥିଲେ ।
ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ସାହୁ ଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ,ଜିଲ୍ଲା ବିଜେଡି ଉପ ସଭାପତି ସୁଧାକର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ସାହୁ,ଅଜୟ ସେଠୀ,ଅଭିମନ୍ୟୁ ବେହେରା,ସୋମନାଥ ମହାରଣା,ସମ୍ପାଦକ ପିଣ୍ଟୁ ଦାସ, ବିଶ୍ୱଜିତ୍ ବାରିକ, କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ ଙ୍କ ସମେତ ବରିଷ୍ଠ କର୍ମୀ ମୁରଲୀ ମୋହନ ମାହୁନ୍ତ,ସନ୍ତୋଷ କୁମାର ବେହେରା,ନାରାୟଣ ନାୟକ,ରାକେଶ କୁମାର ପୃଷ୍ଟି ଓ ବହୁ ଶୁଭେଚ୍ଛୁ ନଗରପାଳ ଶୁଭେନ୍ଦୁ ସାହୁ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଓ ସ୍ବାଗତ ଜଣାଇଥିଲେ ।
ତେବେ ନିର୍ବାହୀ ଅଧିକାରୀ ପ୍ରଦତ୍ତ କୁମାର ସାହୁ ଙ୍କ ଅନୁପସ୍ଥିତିକୁ ନେଇ ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ ମିଟିଂ ରେ ଥିଲେ ବୋଲି କହିବା ସହ ଯେହେତୁ ସରକାରଙ୍କ ଆଦେଶକୁ କୋର୍ଟ ଖାରଜ କରିଦେଇଛନ୍ତି ,ତେଣୁ ଶୁଭେନ୍ଦୁ ବାବୁ ଆସନ ଅଧିଗ୍ରହଣ କରି ପାରିବେ । ଏହା ସମ୍ପୂର୍ଣ୍ଣ ସାମ୍ବିଧାନିକ ବୋଲି କହିଥିଲେ ।
